ବୌଦ୍ଧ/ ୧୫/୦୨/୨୦୨୫/ (ଆଧାର ମିଡ଼ିଆ)-ଦୀପତଳ ଅନ୍ଧାର ଉକ୍ତିର ପ୍ରମାଣ ମିଳୁଛି ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଲସବୁ ଥାଇମଧ୍ୟ କିଛି ନଥିଲାଭଳି ଜଣାପଡୁଛି.ଜିଲାପାଳଙ୍କ କାର୍ଯ୍ୟାଳୟ ନିକ ଟସ୍ଥ ମହାନଦୀ ପାର୍ଶ୍ୱରେ ଥିବା ତିନୋଟି ଗ୍ରାମର ଶତାଧିକ ପରିବାର ପାନୀୟ ଜଳ ପାଇବାରୁ ବଂଚିତ ହୋଇ ରହିଛନ୍ତି l ଭିତିଭୂମି ଥାଇ ମଧ୍ୟ ପାନୀୟ ଜଳ ଯୋଗାଉନାହିଁ ପ୍ରଶାସନ l ଆଲୋଚନାରେ ସୀମିତ ରହୁଛି ପ୍ରଶାସନର ପ୍ରସ୍ତୁତି ବୈଠକ l ଦୀର୍ଘବର୍ଷ ହେଲା ଜଳକଷ୍ଟ ଭୋଗୁଛନ୍ତି ସରସରା ପଂଚାୟତର କାଲେଶ୍ୱର,ମାଉଲସିଙ୍ଗା ଓ ସାନବାଗବର ଗ୍ରାମବାସୀମାନେ l
ଜିଲାରେ ଚଳିତବର୍ଷ ତାପମାତ୍ରା ୪୬ ଡିଗ୍ରୀ ଡେଇଁବା ନେଇ ରହିଛି ସମ୍ଭାବନା l ବୌଦ୍ଧ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର ମୁକାବିଲା ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଯୋଗାଣ ନିମନ୍ତେ ଆଲୋଚନା କରାଯାଇଥିଲା । ଜିଲାରେ ଅଚଳଥିବା ନଳକୂପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ପାନୀୟଜଳ ସଙ୍କଟ ଥିବା ଅଞ୍ଚଳଗୁଡିକୁ ଚିହ୍ନଟ କରି ଟ୍ୟାଙ୍କର ଦ୍ୱାରା ପିଇବାପାଣି ଯୋଗାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ନଦୀନାଳରେ ଭରପୁର ବୌଦ୍ଧ ଜିଲ୍ଲା ଜଳ ସଂପଦରେ ଭରିରହିଛି l ତଥାପି ଅନେକ ଅଂଚଳରେ ଲୋକେ ପାନୀୟ ଜଳ ସମସ୍ୟା ଭୋଗ କରିଥାନ୍ତି । ପାନିୟ ଜଳ ସଂଙ୍କଟ ଖରାଦିନେ ଅଧିକ ଅନୁଭୂତ ହେଉଥିବା ବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ କୁ ଲାଗିରହିଥିବା କାଲେଶ୍ୱର, ମାଉଲସିଙ୍ଗା ଓ ସାନବାଗବର ଗ୍ରାମରେ ବର୍ଷ ସାରା ପାନୀୟ ଜଳ ସମସ୍ୟା ଦେଖାଦେଇଛି । କାଲେଶ୍ୱର ଗ୍ରାମରେ ପାଂଚ ଶହରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ମାଉଲସିଙ୍ଗା ଗ୍ରାମରେ ମଧ୍ୟ ପ୍ରାୟ ତିନିଶହ ଓ ସାନବାଗବର ଗ୍ରାମରେ ଦୁଇସହ ଲୋକ ବସବାସ କରୁଥିବା ଜଣାପଡିଛି । ଏହି ତିନି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ଦୀର୍ଘଦିନ ହେବ ପାଇପ ବିଛା ଯାଇଥିଲେ ମଧ୍ୟ ଜଳ ଯୋଗାଣ ଏପର୍ଯ୍ୟନ୍ତ ହୋଇପାରୁନାହିଁ । ଏହି ତିନି ଗ୍ରାମକୁ ବୁଟୁପାଲି ଠାରେ ଥିବା ଜଳ ଯୋଗାଣ ପ୍ରକଳ୍ପରୁ ପରୀକ୍ଷାମୂଳକ ଭାବେ ଜଳ ଯୋଗାଣ ହୋଇଥିବା ବେଳେ ପ୍ରଶାସନିକ ମଂଜୁରୀ ମିଳିଲେ ନିୟମିତ ପାନୀୟ ଜଳ ଯୋଗାଣ ହେବ ।
ବୁଟୁପାଲି ସ୍ଥିତ ଜଳଯୋଗାଣ ପ୍ରକଳ୍ପରେ ପ୍ରତିଦିନ ୫ ଲକ୍ଷ ଲିଟର ଜଳ ବିଶୋଧନ କରାଯାଉଛି l ବୁଟୁପାଲି ଅଂଚଳକୁ ଜଳଯୋଗାଣ କରିବା ପରେ ମଧ୍ୟ ଅନେକ ଜଳ ବଳକା ରହୁଛି l ଏହି ତିନୋଟି ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ କୌଣସି ଖର୍ଚ୍ଚାନ୍ତ କିମ୍ବା ବ୍ୟୟ ଅଟକଳର ମଧ୍ୟ ଆବଶ୍ୟକତା ନାହିଁ l ଏନେଇ ସହରାଂଚଳ ଜଳଯୋଗାଣ ବିଭାଗ ପକ୍ଷରୁ ବିଭାଗୀୟ ଅନୁମୋଦନ ପାଇଁ ଇଞ୍ଜିନିଅର ଇନ ଚିଫଙ୍କ ପାଖକୁ ମଧ୍ୟ ପ୍ରସ୍ତାବ ପଠାଯାଇଛି l ଇଞ୍ଜିନିଅର ଇନ ଚିଫ ଏହାର ଅନୁମତି ଦେଲେ ତିନୋଟି ଗ୍ରାମର ୫ସହ ପରିବାର ପାନୀୟ ଜଳ ସମସ୍ୟାରୁ ମୁକ୍ତି ପାଇପାରିବେ l
ଏବେ କାଲେଶ୍ୱର ଓ ସାନବାଗବର ଗ୍ରାମବାସୀଙ୍କ ଭରସା ପାଲଟିଛି କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା ପାଇପ ଏବଂ ମହାନଦୀ । ମହାନଦୀରୁ ପାଣି ଆଣିବାକୁ ହେଲେ ଏକ କିଲୋମିଟର ଦୂରକୁ ଯିବାକୁ ପଡିଥାଏ । ସେହିପରି ମାଉଲସିଙ୍ଗା ଗ୍ରାମବାସୀ ବୁଟୁପାଲି ଉପରେ ନିର୍ଭର କରିଥାନ୍ତି । ଆଗକୁ ଖରାଦିନ ଆସୁଥିବା ବେଳେ ଏହି ଗ୍ରାମବାସୀ ଖରାଦିନେ ଅଧିକ ଜଳକଷ୍ଟ ଅନୁଭବ କରିଥାନ୍ତି । ମହାନଦୀ ଏବେଠୁ ଶୁଖିଲା ପଡିଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଂଜି ପବନ ମଧ୍ୟରେ ମହନଦୀରୁ ପାଣି ଆଣିବା ସେମାନଙ୍କ ପାଇଁ ବଡ ଦୁଃଖ ଦାୟକ ହୋଇଛି । ଏପରିସ୍ଥଳେ ଏହି ତିନି ଗ୍ରାମବାସୀଙ୍କୁ ତୁରନ୍ତ ଜଳ ଯୋଗାଇ ଦେବାକୁ ଦାବିହେଉଛି ।
Recent Comments