logo
add image
ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ଗୁଣୁପୁର/ରାୟଗଡା/୧୪/୨/୨୦୨୫/ (ଆଧାର ମିଡ଼ିଆ )-ଗୁଣପୁର ମହାବିଦ୍ୟାଳୟ ପରିସରରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶଶୀଭୂଷଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ସୁପେରିଟେନଡ଼େଣ୍ଟ ଡ଼କ୍ଟର ପ୍ରଦୀପ କୁମାର ପଣ୍ଡା  ଯୋଗଦେଇ ଉପସ୍ଥିତି ଛାତ୍ରଛାତ୍ରୀଙ୍କୁ ତମାଖୁ ସେବନର କୁ ପ୍ରଭାବ ଓ ପରିବାରର ଅର୍ଥନୈତିକ ଉପାର୍ଜନ ଉପରେ ତାର ପ୍ରଭାବ ବିଷୟରେ ମାର୍ଗଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା,ଏନ.ସି.ସି ଓ ଯୁବ ରେଡ଼କ୍ରସ ଦ୍ବାରା ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମ ଅଧିକାରିଣୀ ସୁଶ୍ରୀ ରଂଜୁମା ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ.ଆଇ.କ୍ୟୁଏ.ସି ସଂଯୋଜକ ଶ୍ରୀ ଅମୀୟ ରଂଜନ ମହାନ୍ତି ଏହି ସଚେତନତା କାର୍ଯ୍ୟକ୍ରମର ବାର୍ତ୍ତାନେଇ ସମସ୍ତଙ୍କୁ ସଚେତନତା କରିବାପାଇଁ  ଉପସ୍ଥିତି ଛାତ୍ର ଛାତ୍ରିଙ୍କୁ ଆହ୍ୱାନ ଦେଇଥିଲେ । ଅଧ୍ୟାପକ ଲକ୍ଷ୍ମଣ ଶବର ଓ ଚନ୍ଦନ କୁମାର ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟରଏ.କିରଣ କୁମାର ଶର୍ମିଳା ପାତ୍ର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Recent Comments

Leave Comments

Top