ବାଲିଗୁଡା,୧୮/୦୨(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜକୁ ଦୀର୍ଘଦିନ ହେଲା ବିଭିନ୍ନ ପ୍ରକାର ଅଭାବ,ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରୁଛି lସେଥି ମଧ୍ୟରେ ୱାର୍ଡ ନଂ.୨,୫,୬,୭ ରେ ମଶାଣୀ ଜମି ଚି଼ହ୍ନଟ ହୋଇ ନଥିବାରୁ ଦିନ କୁ ଦିନ ଜମି ମାଫିଆ ଜମି ଦଖଲ କରୁଥିବାରୁ ମଶାଣୀ ଜମି ସଂକୁଚିତ ହେବାରେ ଲାଗିଛି lମଶାଣୀ ଘରେ ଆଲୋକ,ପାଣି ଭଳି ବିଭିନ୍ନ ପ୍ରକାର ଅନୁସାଙ୍ଗିକ ବ୍ୟବସ୍ଥା ନ ଥିବାରୁ ୱାର୍ଡବାସୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି lସେହିଭଳି ବାଲିଗୁଡାର ବାସିନ୍ଦା ପୁରୁଷାନୁକ୍ରମେ ପାରମ୍ପରିକ ଚାଷ କରି ଆସୁଥିଲେ ମଧ୍ୟ ପ୍ରଶାସନର ଶିଥିଳତା ଯୋଗୁଁ ବହୁ ଲୋକେ ଜଙ୍ଗଲ ଜମି ପଟ୍ଟା ପାଇବା ରେ ବିଳମ୍ବ ହେଉଛି lଉଚ୍ଚ ନ୍ୟାୟଳୟ ଙ୍କ ନିର୍ଦ୍ଦେଶକ୍ରମେ ମଧ୍ୟ ଲୋକ ଙ୍କୁ ଅଦ୍ୟାବଧି ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଆଯାଇ ନାହିଁ l ତୁରନ୍ତ ବାଲିଗୁଡା ର ବିଭିନ୍ନ ୱାର୍ଡ ରେ ମଶାଣୀ ଜମି ଚି଼ହ୍ନଟ ସହ ଆନୁସାଙ୍ଗିକ ବ୍ୟବସ୍ଥା କରିବା ଓ ଲୋକ ଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବାକୁ ଜ଼ିଲ୍ଲା ନାଗରିକ କମିଟି ର ବାଲିଗୁଡା ବ୍ଲକ ସଂଯୋଜକ ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି l
Recent Comments