logo
add image
ମା 'ପାଟଖଣ୍ଡା ମନ୍ଦିର ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀପତ୍ର ଦେଲେ କିରିକୁଟି ଗ୍ରାମବାସୀ 

ମା 'ପାଟଖଣ୍ଡା ମନ୍ଦିର ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀପତ୍ର ଦେଲେ କିରିକୁଟି ଗ୍ରାମବାସୀ 

ବାଲିଗୁଡା,୧୮/୦୨(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଙ୍କ ମନ୍ଦିର ଆଜି ବି ଅବହେଳିତ ଅବସ୍ଥାରେ ରହିଛି lଏନେଇ କିରିକୁଟି ଗ୍ରାମବାସୀ ପୂର୍ବ ସରକାର ଅମଳ ରେ ବହୁବାର ଦାବୀ ସ୍ୱତ୍ତେ କୌଣସି କାର୍ଯ୍ୟ ହୋଇ ପାରି ନଥିଲା lଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ କିରିକୁଟି ଗ୍ରାମ ର ଶ୍ରୀଚନ୍ଦ୍ର ଦଣ୍ଡସେନାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ବାଲିଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି କନ୍ଧମାଳ ର ମାନ୍ୟବର ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଭେଟି ପାଟ୍ଟଖଣ୍ଡା ମନ୍ଦିର ନିର୍ମାଣ ପାଇଁ ଏକ ଦାବୀ ପତ୍ର ପ୍ରଦାନ କରିଥିବା ଜଣାପଡିଛି lମାନ୍ୟବର କନ୍ଧମାଳ ସାଂସଦ ମଧ୍ୟ ପ୍ରତିଶୃତି ଦେଇଛନ୍ତି ଯେ, ଲୋକଙ୍କ ସରକାର ମୋହନ ସରକାର ଙ୍କ ଉପରେ ଗ୍ରାମବାସୀ ଙ୍କ ଭରସା ରହିଛି lଏଣୁ ଗ୍ରାମବାସୀ ଙ୍କ ଦାବୀ ଖୁବ ଶିଘ୍ର ପୂରଣ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l

Recent Comments

Leave Comments

Top