ଦେବଗଡ,୧୮/୨(ଆଧାର ମିଡ଼ିଆ)ଆଜି ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ସଂସ୍ଥା ଓ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟର ମିଳିତ ସହଯୋଗ ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ପ୍ରାୟ ଅର୍ଦ୍ଧ ଶତାଧିକ ବିଦ୍ୟାର୍ଥୀ ରକ୍ତଦାନ କରିଥିଲେ।ଏହି ଶିବିରରେ ଡାକ୍ତର ଗଙ୍ଗୋତ୍ରୀ ନାୟକ ଙ୍କ ସହିତ ଲବୋରେଟରି ଟେକ୍ନିଶିଆନ ଆଲୋକ ମହାପାତ୍ର,ଗୋପାଳକୃଷ୍ଣ ସାହୁ ଷ୍ଟାଫ୍ ନର୍ସ ଶ୍ରୀ କ୍ଷୀରୋଦ ଚନ୍ଦ୍ର ନାୟକ ଆଟେଣ୍ଡାଣ୍ଟ ଶ୍ରୀ ମନୋରଞ୍ଜନ ଧଳ ଦାୟିତ୍ୱ ନିର୍ବାହ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଯୁବ ରେଡକ୍ରସ ସଂସ୍ଥା ଦାୟିତ୍ୱରେ ଥିବା ଅଧ୍ୟାପକ ଶ୍ରୀ ଦାମୋଦର ନାୟକ ଙ୍କ ସହିତ ବିଦ୍ୟାର୍ଥୀ ମାନେ ଓ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ।ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ବିଜୟ କୁମାର ମହାରଣା ଓ ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ,ତଥା ଅନୁଷ୍ଠାନ ର ପରିଚାଳନା ସମିତି ର ପ୍ରାକ୍ତନ ସଦସ୍ୟ ଶ୍ରୀଯୁକ୍ତ ଅତୁଲ୍ୟ କୁମାର ପୂଜାରୀ ନାଲି ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।
Recent Comments