ଦେବଗଡ/୨୦.୦୨.୨୦୨୫/(ଆଧାର ମିଡିଆ।//ପ୍ରତାପ କିଶୋର ନାୟକ।)-ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ, ଦେବଗଡଙ୍କ ମିଳିତ ଆନୁକୂଲ୍ୟରେ ବାରକୋଟ ବ୍ଲକ ପରିସରରେ ଗୁରୁବାର ଦିନ ବ୍ଲକସ୍ତରୀୟ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାରକୋଟ ସିଦ୍ଧେଶ୍ଵର ନାୟକ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ବିଜୟ କୁମାର ଉପଧ୍ୟାୟ, ଜି ଏମ୍, ଜିଲ୍ଲା ଶିଳ୍ପ କେନ୍ଦ୍ର ରମେଶ କୁମାର ପଟେଲ ଏବଂ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ବିଭିନ୍ନ ଘୋରୋଇ ତାଲିମ ପ୍ରଦାନ କାରୀ ସଂସ୍ଥା ମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଉଦଘାଟିତ ହୋଇଥିଲା। ଶ୍ରୀ ଉପାଧ୍ୟାୟ ସର୍ବପ୍ରଥମେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ମାର୍ଗଦର୍ଶିକାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିବା ସହ ପିଲାମାନଙ୍କୁ ନିଜପାଇଁ ଏକ ଉତ୍ତମ କ୍ୟାରିଅର ବାଛିବା ନିମନ୍ତେ ମାର୍ଗଦର୍ଶନ କରିଥିଲେ। ଏହା ସହିତ ଶ୍ରୀ ନାୟକ ପିଲାମାନଙ୍କୁ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ବେଳେ ଶ୍ରୀ ପଟେଲ ଆତ୍ମନିଯୁକ୍ତି ଏବଂ ବ୍ୟବସାୟ ପ୍ରତିଷ୍ଠା ଦିଗରେ ଉପଲବ୍ଧ ଥିବା ବିଭିନ୍ନ ସରକାରୀ ସହଯୋଗ ଦିଗରେ ମଧ୍ୟ ଆଲୋକପାତ କରିଥିଲେ। ଏଥି ସହିତ ଉପସ୍ଥିତ ଥିବା ସମସ୍ତ ପିଲାମାନେ ନିଜ ନିଜ ଅନୁଷ୍ଠାନ ପକ୍ଷରୁ ଉପଲବ୍ଧ ଥିବା ସୁବିଧା ବିଷୟରେ ଯୁବକ ଯୁବତୀ ମାନଙ୍କୁ ଅବଗତ କରାଇବା ସହିତ ଜିଲ୍ଲା ଦକ୍ଷତା ବିକାଶ ସାଥୀ ସୃଷ୍ଟି ଅବିନାଶ ପୁରୀ ଦକ୍ଷତା ବିକାଶ ଏବଂ ନିଯୁକ୍ତି ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ।
Recent Comments