logo
add image
ବସୁଧା ଜଳକୁ ପିଇବା ବଦଳରେ ଚାଷ କାର୍ଯ୍ୟରେ ଲାଗିବା ନେଇ ପମ୍ପ ହାଉସରେ ତାଲା,

ବସୁଧା ଜଳକୁ ପିଇବା ବଦଳରେ ଚାଷ କାର୍ଯ୍ୟରେ ଲାଗିବା ନେଇ ପମ୍ପ ହାଉସରେ ତାଲା,

କଣିହାଁ/ ୨୦/୦୨/୨୦୨୫/ (ଆଧାର ମିଡ଼ିଆ)-କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମର ବିଭିନ୍ନ ସାହିକୁ ରାଜ୍ୟସରକାର ଦ୍ୱାରା ବସୁଧା ଯୋଜନାରେ ସ୍ୱଚ୍ଛ ପିଇବାପାଣି ପଂଚାୟତ ଅଧୀନରେ ଯୋଗାଇ ଦିଆଯାଇଛି l ପାଣି ଯୋଗାଣ ବାବଦ କୁ ପଂଚାୟତ ତରଫରୁ ପ୍ରତ୍ୟେକ ପରିବାର ଠାରୁ ମାସିକ ରାଜସ୍ବ ଆଦାୟ ହେଉଛି l ଏହି ପାଣି ଯୋଗାଣ କିଛି ଦିନ ଧରି ଠିକଠାକ ଚାଲିଥିଲା l ୬ମାସରୁ ଉର୍ଦ୍ଧହେବ ଗ୍ରାମର ମୁଷ୍ଟିମେୟ ଲୋକ ଟୁଲୁ ମୋଟର ଲଗାଇ ନିଜ ନିଜ ଘରେ ଲଗାଇ ଥିବା ପନିପରିବା ନୂତନ ଘର ତିଆରି କାର୍ଯ୍ୟରେ ଲଗାଇବା ନେଇ ରେଙ୍ଗାଳି ଗ୍ରାମର ହରିଜନ ବସ୍ଥିକୁ ବସୁଧା ଯୋଗାଣ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି l
             ଏନେଇ ରେଙ୍ଗାଳି ପଂଚାୟତର ସରପଞ୍ଚକୁ ଲିଖିତ ଅଭିଯୋଗ କରି ହରିଜନ ସାହିର ଅଧିବାସୀ ମାନେ ବିଫଳ ହେଉଛନ୍ତି l ଏହି ସାହିର ଶତାଧିକ ମହିଳା ପୁରୁଷ ଗୁରୁବାର ପୂର୍ବାହ୍ନରେ ପମ୍ପ ହାଉସର ଘର ବନ୍ଦକରି ପ୍ରତିବାଦ କରିଥିଲେ l ସେହି ସାହିରେ ଗୋଟିଏ ନଳକୂପ ରୁ ଗୋଟେ ଗରା ପାଣି ପାଇଁ ଏକ ଘଣ୍ଟା ରୁ ଉର୍ଦ୍ଧ ଛିଡା ହେବାକୁ  ପଡୁଛି l ସାହି ବାସିନ୍ଧା ଗ୍ରୀଷ୍ମର ଆଗମନରୁ ପିଇବା ପାଣିପାଇଁ ଏଭଳି ଅବସ୍ଥା l ବୈଶାଖ ମାସ ରେ ହରିଜନ ସାହିର ଲୋକମାନେ ପିଇବା ପାଣିପାଇଁ ଡହକ ବିକଳ ହେବାର ସମ୍ଭାବନା ବଢ଼ି ଯାଇଛି  l ରେଙ୍ଗାଳି ସରପଞ୍ଚ ସୂଚନା ପାଇ ଘାଟଣ ସ୍ଥଳରେ  ପହଂଚି ଆନ୍ଦୋଳନ କାରିକୁ ବୁଝାସୁଝା କରିଥିଲେ l ସରପଞ୍ଚ ପ୍ରଭାତୀ ସେଠି ଯୋଗାଯୋଗ ମଧ୍ୟରେ କହିଥିଲେ ଗ୍ରାମର କିଛି ଖଳପ୍ରକୃତି ଲୋକେ ପାଣି ଅପ ବ୍ୟବହାର ଯୋଗୁଁ ହରିଜନ ସାହିକୁ ପାଣି ଯୋଗାଣରେ ବାଧା ଉପୁଜିଛି l
ଏନେଇ ଆଗାମୀ ଦିନରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରକାଶ କରିଥିଲେ l  ସାହିର ଆନ୍ଦୋଳନ କାରି ସରୋଜିନୀ ନାଏକ, ଜାନକୀ ନାଏକ, ଅଲ୍ଲୀ ନାଏକ, ଲୋଚନ ନାଏକ, ଦେବାନନ୍ଦ ନାଏକ ପ୍ରମୁଖ ଏଥି ପ୍ରତି ପଂଚାୟତ ଓ ବ୍ଲକ ପ୍ରଶାସନିକ କୌଣସି ପଦେକ୍ଷପ ନନେଲେ ବସ୍ଥିବାସିନ୍ଦା  କଣିହାଁ ବ୍ଲକ ସମୁଖରେ ଆନ୍ଦୋଳନ କରି ଧାରଣା ରେ ବସିବା ପାଇଁ ନିଷ୍ପତ୍ତି ନେଇଛୁ ବୋଲି ପ୍ରକାଶ କରିଥିଲେ

Recent Comments

Leave Comments

Top