logo
add image
ବରଗଡ଼ ଭଟଲି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରିବା ବ୍ୟବସାୟୀ ମୃତ।

ବରଗଡ଼ ଭଟଲି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରିବା ବ୍ୟବସାୟୀ ମୃତ।

ଭଟଲି/ବରଗଡ଼/୨୧/୨/୨୦୨୫(ଆଧାର ମିଡ଼ିଆ): ବରଗଡ ଭଟଲି ରାସ୍ତା ଭଟଲି ଥାନା ନିକଟରେ ଆଜି ଭୋର ୫ ଟା ସମୟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଜଣେ ପରିବା ବ୍ୟବସାୟୀ ମୃତ୍ୟବରଣ କରିଥିବା ସୂଚନା ମିଳିଛି ମୃତକ ଜଣକ ହେଲେ ବରଡୋଳ ଗ୍ରାମର ସରୋଜ ମାଝୀ (୪୬)। ତେବେ ସରୋଜ ପ୍ରତ୍ୟକ ଦିନ ପରି ଆଜି ଶୁକ୍ରବାର ଦିନ ମଧ୍ୟ ଭୋର ସକାଳୁ ଉଠି ନିଜ (ଏକ୍ସସେଲ ସୁପର) ଦୁଇଚକିଆ ଯାନରେ ପରିବା ଆଣିବା ପାଇଁ ଭଟଲି ବଜାର ଅଭିମୁଖେ ଯାଉଥିଲେ ହେଲେ ଭଟଲି ଥାନା ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ମାଳବାହି ଗାଡି ମୁହାଁ ମୁହିଁ ଧକ୍କା ଦେଇଥିଲା ଯାହା ଫଳରେ ଘଟଣା ସ୍ଥଳରେ ସରୋଜ ଛିଟିକି ପଡ଼ିଥିଲେ ଯଦ୍ୱାରା ମୁଣ୍ଡ ତଥା  ନାକ, କାନରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଦୁର୍ଘଟଣାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିରହିଥିବା ଖବର ପାଇଁବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଟଲି ପୋଲିସ ସରୋଜଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘଷଣା କରିଥିଲେ। ଏନେଇ ମୃତକଙ୍କ ଶଳା ଲବ ପଧାନଙ୍କ ଏତେଲା କ୍ରମେ ଭଟଲି ଥାନାରେ ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା। ପ୍ରକାଶ ଥାଉଁଯେ ଗତ ଏକ ମାସ ମଧ୍ୟରେ ଉକ୍ତ ରାସ୍ତାରେ ସଡ଼କ ଦୁର୍ଘଟଣାରେ ଚାରିଜଣଙ୍କ ମୃତ୍ୟୁବରଣ ହୋଇଥିବା ବେଳେ ମୃତୁବରଣ କରିଥିବା ସେସମସ୍ତେ ବରଡୋଳ ଗ୍ରାମର ସଡ଼କ ପଡାର ବାସିନ୍ଦା ଅଟନ୍ତି ଏନେଇ ବରଡୋଳ ଗ୍ରାମବାସୀ ପୁର୍ବରୁ ପୂର୍ତ୍ତ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ଯାଏ ବେପରୁଆ ତଥା ଦ୍ରୁତ ଗତିକୁ କଣ୍ଟ୍ରୋଲ କରିବା ପାଇଁ ନାଁ ସ୍ପିଡ଼ ବ୍ରେକର ଯୋଗାଇଦେଲେ ନାଁ ହମ୍ପସ ତିଆରି କରାଯାଇଛି ଯାହାକୁନେଇ ଗ୍ରାମବାସୀଙ୍କ ମଧ୍ୟରେ ଅଶାନ୍ତ ସୃଷ୍ଟି ହେଉଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନ ହିଁ ଏକମାତ୍ର ସମାଧାନ ବୋଲି ଗ୍ରାମବାସୀ ନିଜର କ୍ଷଭ ପ୍ରକାଶ କରିଛନ୍ତି।

Recent Comments

Leave Comments

Top