ବାଲିଗୁଡା,୨୧/୦୨(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ସ୍ଥାନୀୟ ଗୁଇବନ୍ଧ ର ଶାଳବଣ ପରିସରରେ ଶୁକ୍ରବାର ୩୬ ତମ ତେର ଶମ୍ଭୁ ମିଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି କିଶୋର କୁମାର ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି lପ୍ରଥମେ ସମିତିର ଦିବଂଗତ ସଦସ୍ୟ ରାମଚନ୍ଦ୍ର ପ୍ରଧାନ (ମଙ୍ଗୁଳୁ ଭାଇ)ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା lପରେ ପରେ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା ୨୦୨୪ ମସିହା ର ଆୟ ବ୍ୟୟ ଉପସ୍ଥାପନ କରିଥିଲେ l ସମିତିର ବରିଷ୍ଠ ସଦସ୍ୟ ରାଜ କିଶୋର ଦାଶଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପସ୍ଥିତରେ ଚଳିତ ବର୍ଷର ୩୬ ତମ ତେର ଶମ୍ଭୁ ମିଳନ ଉତ୍ସବ ଏପ୍ରିଲ ମାସ ୬ ତାରିଖ ରବିବାର ଦିନ ଆୟୋଜିତ କରିବା ପାଇଁ ଘୋଷଣା କରାଯାଇଥିଲା l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସମସ୍ତ ସଦସ୍ୟ ନିଜ ନିଜର ବିଭିନ୍ନ କାର୍ଯ୍ୟ ସମ୍ପାଦନା କରିବା ପାଇଁ ନାମ ଘୋଷଣା କରାଯାଇଥିଲା lସମସ୍ତ ସଦସ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜ ନିଜର ଦାୟିତ୍ୱ ବହନ କରିବା ପାଇଁ ମା 'ଦକ୍ଷିଣକାଳୀଙ୍କ ନାମରେ ଶପଥ ନେଇଥିଲେ lଏହି ଅବସରରେ ଡ଼ଃ.ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଏବଂ ହିମାଂଶୁ ଶେଖର ଦାଶଙ୍କୁ ସମିତିର ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ର ସୁପରିଚାଳନା ନିମନ୍ତେ ଦାୟିତ୍ୱ ଅର୍ପଣ କରାଯାଇଛି lଶେଷରେ ରାଜ କିଶୋର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l
Recent Comments