logo
add image
ଭାରତୀୟ ମଜଦୁର ମହାସଂଘର ସମ୍ମିଳନୀ

ଭାରତୀୟ ମଜଦୁର ମହାସଂଘର ସମ୍ମିଳନୀ

ପୁରୀ,୨୨/୨(ଆଧାର ମିଡ଼ିଆ)କେନ୍ଦ୍ରରେ ସପ୍ତମ ବେତନ କମିଶନ ବସିବା ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗରେ ଦରମା ନିର୍ଦ୍ଧାରଣ ପାଇଁ ତୁରନ୍ତ ନୀତି ନୀୟମାବଳୀ ଆଣିବା ରାଷ୍ଟ୍ରାୟତ ଉଦ୍ୟୋଗରେ ଆବଶ୍ୟକ ଅନୁଯାୟୀ ନିଯୁକ୍ତି,ପେନସନ୍ ର ବ୍ୟବସ୍ଥା, ଠିକା ପ୍ରଥାକୁ ସମାପ୍ତ କରିବା ଆଦି ଅନେକ ଦାବୀ ନେଇ ଭାରତୀୟ ମଜଦୁର ମହାସଂଘ ଆନୁକୁଲ୍ୟରେ ସାର୍ବଜନୀନ କ୍ଷେତ୍ର କର୍ମଚାରୀ ମହାସଂଘ ପକ୍ଷରୁ ପିପିଲି ସ୍ଥିତ ଏକ ଘରୋଇ ହୋଟେଲ ପରିସରରେ ୧୫ତ୍ତମ ତ୍ରୟୋ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ କେନ୍ଦ୍ର ଭାରି ଉଦ୍ୟୋଗ ଓ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୁର ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ହିରଣ୍ୟମୟ ପାଣ୍ଡିଆ ଙ୍କ ସହିତ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,କ୍ଷେତ୍ର କର୍ମଚାରୀ ମହାସଂଘର ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ପଣ୍ଡା ଯୋଗ ଦେଇ ଶ୍ରମିକ ଓ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ସମାଧାନ କିଭଳି କରାଯାଇ ପାରିବ ସେ ସମ୍ପର୍କରେ ନିଜ ନିଜ ମତ ପ୍ରକାଶ କରିଥିଲେ।ଏଥିରେ ୨୨ଗୋଟି ରାଜ୍ୟର କ୍ଷେତ୍ର କର୍ମଚାରୀ ମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲୁ ରହିବ।ଆସନ୍ତା କାଲି ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ରେ ସମାଧାନ କରାଯିବା ନେଇ ପ୍ରସ୍ତାବ ରଖାଯିବ.

Recent Comments

Leave Comments

Top