logo
add image
ଚିକିତ୍ସା ଅବହେଳା ଯୋଗୁଁ ଆହତ ହରିଣ ଛୁଆର ମୃତ୍ୟୁ l

ଚିକିତ୍ସା ଅବହେଳା ଯୋଗୁଁ ଆହତ ହରିଣ ଛୁଆର ମୃତ୍ୟୁ l

ଖୋର୍ଦ୍ଧା,୨୫/୦୨(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)ସୋମବାର ସକାଳ ସମୟରେ ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ କୁମାରବସ୍ତ ଗ୍ରାମ୍ୟ ଜଙ୍ଗଲ ଏକ ହରିଣ ପଲ୍ଲକୁ ବୁଲା କୁକୁର ଆକ୍ରମଣ କରିବା ଫଳରେ ଗୋଟିଏ ହରିଣ ଶାବକ ଗୁରୁତର ଭାବେ ଆଘାତ ପାଇ ଛଟ ପଟ ହେଉଥିବାବେଳେ ସ୍ଥାନୀୟ ଗ୍ରାମବାସୀ ହରିଣ ଛୁଆଟିକୁ ଉଦ୍ଧାର କରି ସକାଳ ୭ଟା ସମୟରେ ଚିକିତ୍ସା ପାଇଁ ଖୋର୍ଦ୍ଧା ପଶୁ ଚିକିତ୍ସାଳୟକୁ ନେଇ ଥିଲେ । ସେଠାରେ ଓ.ପି.ଡି. ଦାୟିତ୍ୱରେ ଥିବା ଡାକ୍ତର ଗୁରୁତର ଭାବେ ଆହତ ହୋଇ ରକ୍ତସ୍ରାବ ହେଉଥିବା ହରିଣ ଛୁଆଟିକୁ ବନ ବିଭାଗ ବିନା ଅନୁମତିରେ ଚିକିତ୍ସା କରିବେ ନାହିଁ ବୋଲି ରୋକ ମନା କରିଦେଇଥିଲେ।ତେବେ ଗ୍ରାମବାସୀମାନେ ହରିଣ ଛୁଆଟିକୁ ଧରି ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ lସେଠାରେ ବନାଞ୍ଚଳ ଅଧିକାରୀଙ୍କୁ ଆହତ ହରିଣ ଛୁଆକୁ ତୁରନ୍ତ ଚିକିତ୍ସା ସେବା ଯୋଗେଇଦେବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ କୌଣସି ସହଯୋଗ କରିନଥିଲେ lଘଟଣା ସମ୍ପର୍କରେ ଖୋର୍ଦ୍ଧାର ଗଣ ମାଧ୍ୟମ ପ୍ରତିନିଧି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆହତ ହରିଣ ଛୁଆର ତୁରନ୍ତ ଚିକିତ୍ସା ପାଇଁ ଆବଶ୍ୟକ ଅନୁମତି ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ବନାଞ୍ଚଳ ଅଧିକାରୀ ଉତ୍ୟକ୍ତ ହୋଇ ମୁଁ ଛୁଟିରେ ଅଛି ..ମୁଁ କିଛି କରି ପାରିବି ନାହିଁ ବୋଲି  କହିଥିଲେ।ଉପସ୍ଥିତ ଗ୍ରାମବାସୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ସେଠାରେ ହୋ ହଲା କରିବା ପରେ ବହୁ ବିଳମ୍ବରେ ଆହତ ହରିଣ ଛୁଆର ଚିକିତ୍ସା କରିଥିଲେ ମଧ୍ୟ ହରିଣ ଛୁଆଟିର ମୃତ୍ୟୁ ଘଟିଥିଲା lଏହି ଘଟଣା ସମ୍ପର୍କରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି l


 

Recent Comments

Leave Comments

Top