logo
add image
ବିଜେଡି ବିରୁଦ୍ଧରେ ବିଜେଡି ପୂର୍ବ ସଭାପତିଙ୍କ ବୈଠକ, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ସୁଧୀର ଦାସ!

ବିଜେଡି ବିରୁଦ୍ଧରେ ବିଜେଡି ପୂର୍ବ ସଭାପତିଙ୍କ ବୈଠକ, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ସୁଧୀର ଦାସ!

ବିଷମକଟକ,୨୪/୨(ଆଧାର ମିଡ଼ିଆ)ବିଷମକଟକ ଠାରେ ବିଜେଡିର ଅନ୍ତଃକନ୍ଦଳ ଥମିବାରେ ନାଁ ଧରୁନି Iନେତାଜୀ କ୍ଳବ ଉଦଘାଟନକୁ ଜିଲ୍ଲା ସଭାପତି ଭାସ୍କର ରାଓଙ୍କ ଉପସ୍ଥିତି ଓ ବରିଷ୍ଠ ବିଜେଡି ନେତା ସୁଧୀର ଦାସଙ୍କୁ ନିମନ୍ତ୍ରଣ ଦିଆଯାଇନଥିବା ଯୋଗୁଁ ଜଗନ୍ନାଥ ଶାରକା ମଧ୍ୟ ଏହି ଉଦଘାଟନ ସମାରୋହରୁ ଦୁରେଇ ରହିଥିବା କୁହାଯାଉଥିଲାIକୁହାଗଲା ସମ୍ପର୍କୀୟଙ୍କ ଦୁଃଖରେ ଯୋଗ ଦେବା ପାଇଁ ଏହି ସମାରୋହରେ ଅନୁପସ୍ଥିତ ରହିଲେ Iହେଲେ ଆଜି ବିଷମକଟକ ବ୍ଲକ ସ୍ଥିତ ବୁଡୁଣୀ ଠାରେ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ବିଷମକଟକ ବ୍ଲକ ଉପାଧ୍ୟକ୍ଷ୍ୟଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ବୈଠକ ହୋଇଥିବା ଜଣାପଡିଛି Iଯାହା ପର ଠାରୁ ଭାସ୍କର ରାଓଙ୍କୁ ଅତିଥି ଭାବେ ନିମନ୍ତ୍ରଣ ଦେଇଥିବା ହେତୁ ସୁଧୀର ଦାସ ରକ୍ତମୁଖା ହୋଇ ଏଭଳି ଦଳ ବିରୋଧୀ କାମରେ ଲିପ୍ତ ଥିବା ଚର୍ଚ୍ଚା ହେଉଛି I ଉଭୟ ବ୍ଲକ ଅଧକ୍ଷ ଓ ଉପାଧକ୍ଷ ପଦବି ବିଜେଡି ଅକ୍ତିଆର କରିଥିବା ବେଳେ ସୁଧୀର ଏଭଳି ଅନାସ୍ଥା ପ୍ରସ୍ତାବ ଆଣିବା ବିଜେଡି କର୍ମୀଙ୍କୁ ନିରୁତ୍ସାହିତ କରିଥିବା ଚର୍ଚ୍ଚା ହେଉଛି Iଭାସ୍କର ରାଓଙ୍କ ସହ ମତଭେଦ ତାଙ୍କ ବ୍ୟକ୍ତିଗତ ବିଷୟ ଏହାକୁ ନେଇ ଦଳୀୟ କର୍ମୀ ଓ ଦଳକୁ ସଙ୍କଟ ଆଡକୁ ଠେଲି ଦେବା ବିଷୟ ସମସ୍ତଙ୍କୁ ଆଚମ୍ବିତ କରିଛି I୨୦୨୪ ନିର୍ବାଚନରେ ସୁଧୀରଙ୍କ ସାଙ୍ଗଠନିକ ଅଭାବରୁ ବିଷମକଟକ,ଗୁଣୁପୁର ଏବଂ ରାୟଗଡା ଠାରେ ଦଳ ବିରୋଧୀ କାମରେ ସହଯୋଗ କରିବାରୁ ସମସ୍ତ ୩ଟି ବିଧାନସଭା ଆସନ ବିଜେଡିକୁ ହରାଇବାକୁ ପଡିଥିଲା Iସତ୍ତା ମୋହ ଗଲାପରେ ତାଙ୍କ ଅକଲ ଗୁଡ଼ୁମ ହୋଇଥିବା କୁହାଯାଉଛି Iବିଜେଡିର ତାଙ୍କ ସ୍ଥିତି ଟଳମଳ ଥିବା ବେଳେ ତାଙ୍କ ପାରିବାରିକ ବନ୍ଧୁଙ୍କ ମାଧ୍ୟମରେ ଭାଜପାକୁ ଯିବାକୁ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଥିଲାI ହେଲେ ଭାଜପାକୁ ବର୍ତମାନ ସୁଧୀରଙ୍କ ଆବଶ୍ୟକତା ନଥିବାରୁ ତାଙ୍କୁ ଭାଜପାର ଶୀର୍ଷ ନେତୃତ୍ୱ ପ୍ରଥମେ ନିଜର ଆନୁଗତ୍ୟ ସାବ୍ୟସ୍ତ କରିବା ଓ ତାପରେ ପୌର ନିର୍ବାଚନ ସମୟରେ ଏ ନେଇ ବିଚାର କରାଯିବ ବୋଲି କୁହାଯାଇଥିଲା I ଯାହା ପରଠାରୁ ତୃଣ ମୂଳ ସ୍ତର ରେ ବିଜେଡିକୁ ଦୁର୍ବଳ କରିବା ପାଇଁ ସେ ଏଭଳି କାର୍ଯ୍ୟକ୍ରମ କରୁଥିବା କଥା ତାଙ୍କର ଜଣେ ନିକଟତମ ସହଯୋଗୀ ନାମ ଗୁପ୍ତ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି I ନିର୍ବାଚନ ପର ଠାରୁ ସୁଧୀରଙ୍କୁ କୌଣସି ସାଙ୍ଗଠନିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି ଅପର ପକ୍ଷରେ ନିର୍ବାଚନରେ ପରାଜୟ ପରେ ଇତିହାସ ରେ ପ୍ରଥମ ଥର ତାଙ୍କ ମିଲରେ ଯୋଗାଣ ବିଭାଗର ଚଢ଼ାଉ ସହ ହଜାରେ ବସ୍ତା ଜବତ ଘଟଣା ତାଙ୍କ ମନରେ ଭୃକୁଞ୍ଚନ ସୃଷ୍ଟି କରିଥିଲାI ଏହି ସମସ୍ୟାରୁ କୁଆଡେ ଭାଜପାର ଜଣେ ରାଜ୍ୟ ସ୍ତରୀୟ ନେତା ତାଙ୍କୁ ଉଦ୍ଧାର କରିଥିଲେ I ଯାହା ପରଠାରୁ ସେ ନିଜର ଆନୁଗତ୍ୟ ପାଇଁ ବିଜେଡିକୁ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦୁର୍ବଳ କରିବା ପାଇଁ ଲାଗିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି I ବିଷମକଟକ କୁ ରିମୋଟରେ ଅନ୍ୟ ଅଞ୍ଚଳରୁ ନିୟନ୍ତ୍ରଣ କରାଯିବ ଏହା ବରଦାସ୍ତ କରାଯିବ ନାହିଁ, ବିକାଶର ରାଜନୀତି ରେ ସମସ୍ତେ ସକ୍ରିୟ ଭୂମିକା ଗ୍ରହଣ କରିବା ଉଚିତ Iଏକ ବ୍ୟକ୍ତି କୈନ୍ଦ୍ରିକ ରାଜିନୀତି ଯୋଗୁଁ ବିଷମକଟକ ଠାରେ ହେବାକୁ ଥିବା ମୋଡେଲ ସ୍କୁଲ,+୨ ବିଦ୍ୟାଳୟ ଅନ୍ୟତ୍ର ହେଲା,୧୦ ବର୍ଷ ରେ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସୁଥିବା ଅନୁଦାନ କେବଳ ଗୋଟିଏ ଗାଁ ରେ ଖର୍ଚ୍ଚ ହେଲା,୨୩/୨୪ ଜିଲ୍ଲାପରିଷଦ ପାଣ୍ଠି ର ସବୁ ଟଙ୍କା କେବଳ ଗୋଟିଏ ଗାଁ ରେ ଖର୍ଚ୍ଚ କରିବା ଏ ସବୁ ମନମୁଖୀ କାର୍ଯ୍ୟକ୍ରମ ପାଇଁ ଦଳ ଆଜି ପରାଜୟର ସାମ୍ନା କରିଛି,ଆଗକୁ ବିଷମକଟକ ସହ ଏଭଳି ହେବାକୁ ଦିଆଯିବନାହିଁ ବୋଲି ବିଷମକଟକ ନାଗରିକ ମଞ୍ଚର ସଭାପତି ଗୋପାଳ କୃଷ୍ଣ ପଟନାୟକ ଦୃଢୋକ୍ତି କରିଛନ୍ତି Iଅନ୍ୟ ପଟେ ସୁଧୀରଙ୍କ ଏଭଳି ବୈଠକକୁ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଦିଲୀପ ପଟନାୟକ ନିନ୍ଦା କରିଛନ୍ତି,ସମସ୍ତ ପ୍ରତିନିଧି ଏକତ୍ରିତ ହୋଇ ନିଜ ଅଞ୍ଚଳ ପାଇଁ କାମ କରିବା ସୁଧୀର ଦାସଙ୍କୁ ହଜମ ହେଉନାହିଁ,ଯଦି ସେ ଏଭଳି କାର୍ଯ୍ୟରୁ ନିବୃତ ନ ରୁହନ୍ତି ତେବେ ଆଗାମୀ ଦିନରେ ତାଙ୍କୁ ଜୋରଦାର ଆକ୍ରୋଶର ସାମ୍ନା କରିବାକୁ ପଡିବI ଅନ୍ୟପଟେ ମିଳିତ କରିଆନୁଷ୍ଠାନ କମିଟି, ବିଷମକଟକ ଅଫସା ସଙ୍ଘ, ନେତାଜୀ ସଂସଦ,ଆଜାଦ କ୍ଳବ,କୃଷକ ସଙ୍ଘ,ଡ୍ରାଇଭର ସଙ୍ଘ,ବସ ଓ ଅଟୋ ୟୁନିୟନ,ନିର୍ମାଣ ଶ୍ରମିକ ସଙ୍ଘ,ସରପଞ୍ଚ ସଙ୍ଘ,ନେହେରୁ ସଙ୍ଘ,ମାରଚେଣ୍ଟ ଆସୋସିଏସନ ସମେତ ଅନେକ ବ୍ୟକ୍ତିବିଶେଷ ବ୍ଲକ ଉପାଧ୍ୟକ୍ଷ୍ୟଙ୍କ ପ୍ରତି ଫୋନ ଯୋଗେ ନିଜ ନିଜର ସମର୍ଥନ ଜଣାଇଥିବା ସୂଚନା ରହିଛି Iସୁଧୀରଙ୍କ ଏଭଳି ବୈଠକ ବିଜେଡି ପାଇଁ ସତର୍କ ଘଣ୍ଟି ବୋଲି ରାଜନୈତିକ ସମୀକ୍ଷକଙ୍କ ମତ ଥିବା ବେଳେ ବିଜେଡି ଶୀର୍ଷ ନେତୃତ୍ୱମଣ୍ଡଳୀ ଏହାକୁ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲାI

Recent Comments

Leave Comments

Top