କଣିହାଁ,୨୫/୨(ଆଧାର ମିଡ଼ିଆ)ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ତେରଙ୍ଗ ସ୍ଥିତ ଜେଆଇ ପିଏଲ ର ବିଶି ଜିନ୍ଦଲ ହେଲେଥ ଫାଉଣ୍ଡେସନ ପକ୍ଷରୁ ମଙ୍ଗଳବାର ଡେରଙ୍ଗ ପଞ୍ଚାୟତ ଭବନ ଠାରେ ଏକ ମେଗା ସ୍ବେଛାକୃତ ରକ୍ତ ଦାନ ଶିବିର ଅନ୍ତଷ୍ଠିତ ହୋଇଯାଇଛି।ଏଥିରେ ମୂଖ୍ୟ ଅତିଥି ଭାବ,ଜେଆଇପିଏଲ କମ୍ପାନୀର ଭିପି ଶୁରେଶ କୁମାର ବଂସଲ ଓ ସ୍ୱତନ୍ତ୍ର ଅତିଥି ଭାବେ ଡିଜିଏମ ବଳଭଦ୍ର ଜେନା, ସମ୍ମାନୀତ ଅତିଥିଭାବେ ଡେରଙ୍ଗ ପଞ୍ଚାୟତ ସରପଞ୍ଚ ଶ୍ରୀମତି ସଂଯୁକ୍ତା ବେହେରା ସଭାପତି, ପ୍ରଶ୍ନ କୁମାର ନାଏକ, ସମ୍ପାଦକ ସୁଜିତ ସାହୁ,ରଞ୍ଜନ ସାହୁ,ବିଛନ୍ଦ ସାହୁ,ସୁମନ୍ତ ମହାନ୍ତିଟିକନ ମହାନ୍ତି,ସନ୍ତୋଷ ନାଏକ ସନ୍ତୋଷ ବେହେରା,ଟଙ୍କଧର ପ୍ରଧାନ,ଦାସରଥି ମହାନ୍ତି,ବାନାବର ସାହୁ,ଦୀପକ ବେହେରା,ହୃଦୟ ପ୍ରଧାନ,ପ୍ରମୁଖ ,ଉପସ୍ଥିତ ଥିଲେ,ବ୍ଲଡ଼ କ୍ୟାମ୍ପ ରେ ୧୩୩ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା,ତାଳଚେର ବ୍ଳଡ ବ୍ୟାଙ୍କ କର୍ମଚାରୀ ଙ୍କ ସହାୟତାରେ ରକ୍ତ ସଂଗ୍ରହ କଥାଯାଇଥିଲା,ରକ୍ତ ଦାତା ମାନ ଙ୍କୁ ଅତିଥି ମାନେ ଉତ୍ସାହିତ କରିବା ସହିତ ରକ୍ତ ଦାତା ଙ୍କର ପ୍ରତେଙ୍କ ରକ୍ତ ବିନ୍ଦୁରେ ଗୋଟିଏ ଅମୁଲ୍ୟ ଜୀବନ ବଞ୍ଚି ଯାଇପାରିବ,ବୋଲି ଉତ୍ସାହିତ କରିବା ସହିତ,ଏଇ ଭଲି ଭାବେ ଆଗାମୀ ଦିନରେ ନିଜ ଗ୍ରାମ ମାନ ଙ୍କ ରେ ମଧ୍ୟ ସ୍ଵେଛା କୃତ ରକ୍ତ ଦାନ ଶିବିର କରି,ବ୍ଲଡ଼ ବ୍ୟାଙ୍କର,ରକ୍ତ ଅଭାବକୁ ପୂରଣ କରା ଯାଇ ପାରିବା ବୋଲି ଅଥିତି ମାନେ ମତ ପ୍ରକାଶ କରିଥିଲେ,ପ୍ରଥମ କରି ବିଶି ଜିନ୍ଦଲ ଡେରଙ୍ଗ ପକ୍ଷରୁ ଏହିଭଳି ବ୍ଲଡ଼ କ୍ୟାମ୍ପ ପ୍ରୟାସ କରି ଥିବାରୁ ଅଥିତି ମାନେ ସାଧୁ ବାଦ ଜଣାଇବା ସହିତ ପ୍ରତେକ ୪ ମାସରେ ଥରେ ବ୍ଲଡ଼ କ୍ୟାମ୍ପ ହେଉ ବୋଲି ଅତିଥି ମାନେ ମତ ପ୍ରକାଶ କରି ଥିଲେ ଳ ବିଷି ଜିନ୍ଦଲ ହେଲେଥ ଫାଉଣ୍ଡେସନ ପକ୍ଷରୁ ଡ.ଅମର କୁମାର ସାହୁ, ଡ.ସ୍ଵାତିପୂର୍ଣ୍ଣ ମହାନ୍ତି,ଲବ୍ରୋଟେରୀୟାନ ଜୟନ୍ତ କୁମାର ସାହୁ, ଷ୍ଟାଫନର୍ସ ଶୁବାଷିନି ମାଝି,ମେରିଲିନ ମହାନ୍ତି,ଇଲା ଏଲିନ ସାହୁ ଉପସ୍ଥିତ ଥିଲେ।ଜେଆଇପିଏଲ କ୍ଷରୁ,ସିଏସ ଆର ମୁଖ୍ୟ ରବିଶି ରଞ୍ଜନ ଏଲ,ଆଡ଼ଭାଇଜର ରାକେଶ କୁମାର ଗୁପ୍ତା,ମ୍ୟାନେଜର ଅଖିଳ କୁମାର ପ୍ରଧାନ,ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରଥିଲେ l
Recent Comments