logo
add image
ଗୁଣୁପୁର ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ପୀଠରେ ବାବା ଙ୍କ ଦୁର୍ଲ୍ଲଭ ରାଜରାଜେଶ୍ୱର ବେଶ 

ଗୁଣୁପୁର ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ପୀଠରେ ବାବା ଙ୍କ ଦୁର୍ଲ୍ଲଭ ରାଜରାଜେଶ୍ୱର ବେଶ 

ଗୁଣୁପୁର,୨୭/୦୨(ଆଧାର ମିଡ଼ିଆ)ଆଜି ପବିତ୍ର ମହା ଶିବରାତ୍ରି ଅବସରରେ ରାୟଗଡା ଜିଲ୍ଲା ଗୁଣୁପୁର ବେଦାନ୍ତ ଆଶ୍ରମ ପରିସରରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପୀଠରେ ଦେବ ଦେବ ମହାଦେବ ଙ୍କ ଦୁର୍ଲ୍ଲଭ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି।ମନ୍ଦିର ପରିସରରେ ଥିବା ସ୍ୱୟଂଭୁ ଶିବ ଲିଙ୍ଗ ଙ୍କୁ ରାଜାଧିରାଜ ବେଶ ରେ ସୁସଜ୍ଜିତ କରାଯାଇଛି।ଓଡ଼ିଶାର କୌଣସି ଶୈବ ପୀଠରେ ଏଭଳି ବେଶ ଅନୁଷ୍ଠିତ ହେଉ ନ ଥିବା ବେଳେ ଏଠାରେ ଏଭଳି ଦୁର୍ଲ୍ଲଭ ବେଶ କରାଯାଏ ।ଆଜି ଏଠାରେ ମଧ୍ୟରାତ୍ରରେ ହରିହର ଭେଟ ସହ ମହାଦୀପ ଉଠିବା କାର୍ଯ୍ୟକ୍ରମ ରହିଛି ।ମନ୍ଦିର ପରିସରରେ ୪୮ଟି ଶିବଲିଙ୍ଗରେ ରୁଦ୍ରଭିଷେଖ,ଅଖଣ୍ଡ ନାମ ସଂକୀର୍ତ୍ତନ ଓ ମହାମୃତ୍ୟୁଞ୍ଜୟ ଯଜ୍ଞ ଅନୁଷ୍ଠିତ ହେଉଛି।ଏସବୁ ଦର୍ଶନ କରିବା ପାଇଁ ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

Recent Comments

Leave Comments

Top