logo
add image
ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ। 

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ। 

ଦେବଗଡ଼,୨୭/୦୨(ଆଧାର ମିଡ଼ିଆ)ମତ୍ସ୍ୟ ଓ ପ୍ରାଣୀସମ୍ପଦ ଅଭିବୃଦ୍ଧି ଓ ଚାଷୀଙ୍କ ସମୃଦ୍ଧି ନେଇ ଦେବଗଡ଼ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଗୁରୁବାର ପ୍ରଧାନ ପାଟ ରୋଡ଼ ବଡବଗିଚା ଠାରେ ଅନୁଷ୍ଠିତ ହୋଇଯାଇଛି।ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ବରଣ୍ୟ ଅତିଥି ଭାବେ ସାଂସଦ ଙ୍କ ନମିନୀ ଅରୁଣ ସାହୁ,ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ କୁଟିଳ ଚନ୍ଦ୍ର ଦାସ,ଜ଼ିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡ଼ ବିଜୟ କୁମାର ପାତ୍ର ଅତିଥି ରୂପେ ଯୋଗଦେଇ କୃଷି ର ବିକାଶ ନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ।କୃଷିର ବିକାଶ ହେଲେ ରାଜ୍ୟର ବିକାଶ ହେବ ଏଣୁ ଚାଷୀମାନେ ସରକାରଙ୍କ ଯୋଜନା ମାଧ୍ୟମରେ ଉପକୃତ ହେବା ପାଇଁ ଅତିଥି ମାନେ କହିଥିଲେ।ପ୍ରଦର୍ଶନୀ ମେଳା ରେ ମତ୍ସ୍ୟ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗର ୨୬ ଷ୍ଟଲ୍ ଖୋଲା ହୋଇଛି।ପ୍ରାଣୀ ସମ୍ପଦ ବିଭାଗରେ ଉନ୍ନତ ମାନର ପଦର୍ଶନ ପାଇଁ ବାରକୋଟ ବ୍ଲକ ଦାନରା ଗ୍ରାମର ସୁଲୋଚନା ପାତ୍ର ଓ ରିଆମାଳ ବ୍ଲକ ର ବାବରାକୋଟ ଗ୍ରାମର ଶାଶ୍ୱତ କୁମାର ପ୍ରଧାନ ଙ୍କୁ ଅତିଥି ମାନଙ୍କ ଦ୍ୱାରା ଅର୍ଥ ରାଶି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।
 

Recent Comments

Leave Comments

Top