ପାଇକମାଳ,୨୫/୦୨(ଆଧାର ମିଡ଼ିଆ)ପାଇକମାଳ ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ଭାବନା ସିଂ ସଭାପତିତ୍ବରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ସମିତି ବୈଠକରେ କୃଷି,ପ୍ରାକୃତିକ ବିପର୍ଯ୍ୟୟ,ପାନୀୟ ଜଳ,ବିଦ୍ୟୁତ,ସ୍ବାସ୍ଥ୍ୟ,ଉଦ୍ୟାନ,ଜଳ ସେଚନ,ପଶୁ ସମ୍ପଦ,ଶିକ୍ଷା,ସମ୍ମନିତ ଶିଶୁ ବିକାଶ,ଖାଉଟି,ପ୍ରଧାନ ମନ୍ତ୍ରୀ ଆବାସ,ଗ୍ରାମ୍ୟ ଉନ୍ନୟନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ଅବକାରୀ,ଓଡ଼ିଶା ମିଶନ ଶକ୍ତି,ସାମାଜିକ ସୁରକ୍ଷା,ଅନୁସୂଚିତ ଜାତି ଓ ଜନଜାତି,ମାର୍ସ୍ୟ ସମ୍ପଦ ଆଦି ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିଲା।ପଞ୍ଚାୟତ ସମିତି ବୈଠକ ରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଥିବା ବେଳେ ରାଜସ୍ବ,ଫରେଷ୍ଟ,ଅବକାରୀ,ପି.ଡବ୍ଲୁ.ଡି, ଏମ.ଆଇ,ପଶୁ ସମ୍ପଦ,ସ୍ବାସ୍ଥ୍ୟ,ଅଗ୍ନିଶମ ଆଦି ଅନେକ ବିଭାଗ ର ସରକାରୀ କର୍ମଚାରୀ ଅନୁପସ୍ଥିତ ରହିଥିବାରୁ ଜନ ପ୍ରତିନିଧିମାନେ ଉଦବେଗ ପ୍ରକାଶ କରିଥିଲେ।ଅନୁପସ୍ଥିତ ଥିବା ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।ବିଦ୍ୟୁତ୍ ବିଭାଗ ର ମନ ଇଚ୍ଛା ବିଦ୍ୟୁତ୍ କାଟ,ଅତ୍ୟଧିକ ବିଦ୍ୟୁତ୍ ବିଲ ଆସୁଥିବା ନେଇ ଉପସ୍ଥିତ ସମସ୍ତ ଜନ ପ୍ରତିନିଧି ଘୋର ପ୍ରତିକ୍ରିୟା ପ୍ରକାଶ କରିଥିଲେ।ନୀରବିଛନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଓ ବ୍ଲକ ର କେତେକ ଗ୍ରାମ ପଞ୍ଚାୟତ ପଦ୍ମପୁର ବିଦ୍ୟୁତ୍ ବିଭାଗ ଅଧିନରେ ଥିବା କାରଣରୁ ସେମାନେ ଏବେ କାହାକୁ ସମସ୍ୟା ଜଣାଇବେ ତେଣୁ ବିଦ୍ୟୁତ୍ ବିଭାଗ ପଦ୍ମପୁର ଅଧିକାରୀଙ୍କୁ ମଧ୍ୟ ଡକା ଯିବାକୁ ଆଗରୁ କହି ଆସୁଥିବାରୁ ଏବେ ଆମେ କାହାକୁ ସମସ୍ୟା ଦାବୀ କରିବୁ ବୋଲି ସରପଞ୍ଚ ଦିଲ୍ଲୀପ ବେହେରା ଦାବୀ କରିଥିଲେ। ଏହା ସହ ମାଣ୍ଡୋସିଲ ହାଇ ସ୍କୁଲର ଅଧାପନ୍ତରିଆ 5ଟି କାର୍ଯ୍ୟ ଉପରେ ମଧ୍ୟ ଦାବୀ କରାଯାଇଥିଲା।ଏବେ ଠାରୁ ପାଇକମାଳ ଅଞ୍ଚଳରେ ପିଇବା ପାଣି ପାଇଁ ନିର୍ମାଣ ହେଉଥିବା କୋଟି କୋଟି ଟଙ୍କାର ନିମ୍ନ ମାନର ପାଣି ଟାଙ୍କି କାର୍ଯ୍ୟ ହେଉଥିବା,ଲୋକଙ୍କୁ ଠିକ୍ ଭାବେ ପିଇବା ପାଣି ପାଇପାରୁ ନ ଥିବାରୁ ଜଳ ଯୋଗାଣ ବିଭାଗ ଉପରେ ସମସ୍ତ ଜନ ପ୍ରତିନିଧି ମାନେ ଉଦବେଗ ପ୍ରକାଶ କରିଥିଲେ।ଏଥି ସହ ନିଜ ନିଜ ଅଞ୍ଚଳର ଅନେକ ସମସ୍ୟା ନେଇ ଜନ ପ୍ରତିନିଧି ବୈଠକରେ ଦାବୀ ଉପସ୍ଥାପନା କରିଥିଲେ।ଏହି ବୈଠକରେ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ପରିଚାଳନା କରିଥିବା ବେଳେ ବରଗଡ଼ ସାଂସଦ ପ୍ରତିନିଧି କୈଳାସ ଦିଶ୍ରୀ,ବିଧାୟିକା ବର୍ଷା ସିଂ ବରିହା,ଉପାଧ୍ୟକ୍ଷ ସଂଜୀବ ବରିହା,ସମସ୍ତ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ,ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Recent Comments