logo
add image
ଆଇନ ସେବାରେ ନିୟୋଜିତ ପ୍ରାରମ୍ଭିକ ସ୍ବେଛାସେବୀଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ

ଆଇନ ସେବାରେ ନିୟୋଜିତ ପ୍ରାରମ୍ଭିକ ସ୍ବେଛାସେବୀଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର,୨୮/୦୨(ଆଧାର ମିଡ଼ିଆ)ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ପକ୍ଷରୁ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଇନ ସେବାରେ ନିୟୋଜିତ ପ୍ରାରମ୍ଭିକ ସ୍ବେଛାସେବୀ ମାନଙ୍କୁ ନେଇ ଦ୍ୱିତୀୟ ପର୍ଯାୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ଯୋଗଦାନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାସ,ଡି ଏସ ପି ରେଣୁକା ସୁନା,ଶିଶୁ ମଙ୍ଗଳ କମିଟିର ଶଙ୍କର୍ଷଣ ପଣ୍ଡା,କିଶୋର ନ୍ୟାୟ ବୋର୍ଡ଼ର ସୀତାରାମ ପ୍ରସାଦ ମିଶ୍ର,ଜିଲ୍ଲା ବାଲ୍ୟ ବିବାହ ସଂଯୋଜକ ଅକ୍ଷୟ କୁମାର ସିଂ,ସୁରକ୍ଷା ଅଧିକାରୀ ଅନୁଷ୍ଠାନିକ ସେବା,ପୋଷଣ ର ସଂଯୋଜକ ସଂଜୀବ ମିଶ୍ର ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ lକାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗରର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ପରିଚାଳନା କରିଥିଲେ lଏହି କାର୍ଯ୍ୟକ୍ରମର ମୁଖ୍ୟ ତାଲିମ ଦାତ୍ରୀ କିଶୋର ନ୍ୟାୟ ବୋର୍ଡ,ସୋନପୁର ଶ୍ରୀମତୀ ରଂଜିତା ସାହୁ ଆଇନ ସେବାରେ ନିୟୋଜିତ ଥିବା ସ୍ବେଛାସେବୀ ମାନଙ୍କୁ ସେମାନଙ୍କର ଭୂମିକା ଉପରେ ପୁଙ୍ଖାନୁ ପୁଙ୍ଖ ଭାବେ ତାଲିମ ପ୍ରଦାନ କରିଥିଲେ lକାର୍ଯ୍ୟକ୍ରମରେ ଜିଲ୍ଲାର ତରଭା,ବିନିକା ଓ ବୀରମହାରାଜପୁର ବ୍ଲକର ଆଇନ ସେବାରେ ସଂଶ୍ଲିଷ୍ଟ ଥିବା ସ୍ବେଛାସେବୀ ମାନେ ଯୋଗଦାନ କରି ଆବଶ୍ୟକ ତାଲିମ ଗ୍ରହଣ କରିଥିଲେ lଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବିର କାଲସାଏ,ରୁଦ୍ରପ୍ରସନ୍ନ ମିଶ୍ର,ପ୍ରଶାନ୍ତ ମହାକୁଡ଼,ସରିତା ସୁନା,ସ୍ୱାଗତରାଜ ମିଶ୍ର,ବିସ୍ମୟ ସାହୁ,ମୃତ୍ୟୁଞ୍ଜୟ ସାହୁ,ଜିତେନ୍ଦ୍ର ମଣ୍ଡଳ,ପ୍ରତୀକ ବିଶ୍ୱାଳ,ମାନିନୀ ମହାନ୍ତି ଓ ଅନିଲ କୁମାର ମହଲା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Recent Comments

Leave Comments

Top