ବିନିକା,୧/୩(ଆଧାର ମିଡ଼ିଆ)ଆଜି ଦିନ୧୦ ଘଣ୍ଟା ସମୟରେ ବିନିକା ସହର ନୂଆଁବଜାର ସ୍ଥିତ ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀସୃତି କମିଟି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସ୍ତରୀୟ ଅଭିଜିତ ସ୍ମୃତି କମିଟି ପକ୍ଷରୁ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛି.ଏହି ଅବସରରେ ବୁଲ୍ଲା ଭିମସାର ପ୍ରସୂତି ଓ ସ୍ତ୍ରୀ ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ଯୋଗଦେଇ ବିନିକା ୪୨ଜଣ ଓ ତାଙ୍କ ଜନ୍ମ ମାଟି ସଂସାମୁରା ଗ୍ରାମରେ ୩୦ଜଣ ମୋଟ ୭୨ଜଣ ମହିଳାଙ୍କୁ ମାଗଣା ଚିକିତ୍ସା ସେବା ଯୋଗୋଇ ଦେଇଥିଲେ.ଶିବିର ଆରମ୍ଭରୁ ଅଭିଜିତ ସ୍ମୃତି ଦେୟମୁକ୍ତ ଚିକିତ୍ସାଳୟରେ ଯୁବ ଅଭିନେତା,କଳାକାର,ସଂଙ୍ଗୀତଜ୍ଞ ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚିତ୍ରରେ ପ୍ରଫେସର ଡ଼ା.ପାଣ୍ଡେ ଙ୍କ ସହ ଅନ୍ୟମାନେ ପୁଷ୍ପ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରର୍ଥନା କରିଥିଲେ.ଏହା ସହ ସେବାର ପଟାନ୍ତର ନାହିଁ ମାନବ ସେବା ହିଁ ମାଧବ ସେବା ବୋଲି ପ୍ରଫେସର ଡ଼ା.ପାଣ୍ଡେ ପ୍ରକାଶ କରିଥିଲୋ ଦିର୍ଘ ୩ ବର୍ଷ ରୁ ଉର୍ଦ୍ଧ ହେବ ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ବିନିକା ନିଜଜନ୍ମ ମାଟିକୁ ଛୁଟି ଆସି ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଶିବିରରେ ମାଗଣାରେ ମହିଳା ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିବାରୁ ବିନିକା ଅଞ୍ଚଳର ଶହଶହ ମହିଲା ଉପକୃତ ହେଉଛନ୍ତି.ଏହି ସେବା ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ପ୍ରତି ଶ୍ରଦ୍ଦାଞ୍ଜଳି ବୋଲି ଡ଼ା ପାଣ୍ଡେ ପ୍ରକାଶ କରିଛନ୍ତି.ଏହି କାର୍ଯ୍ୟକ୍ରମରେ ଏଲଟି ଅନନ୍ତରାମ ଷାଣ୍ଢ,କମିଟି ଲିଗାଲ ଏଡ଼ଭାଇଜର ଓକିଳ ବୃନ୍ଦାବନ ମିଶ୍ର,ବିନିକା ସଦର ସମ୍ବାଦ ସାହିତ୍ୟଘର ସଭାପତି ପ୍ରମୋଦ ପଣ୍ଡା,ଉପଦେଷ୍ଟା କମିଟି ଗଜେନ୍ଦ୍ର ମିଶ୍ର,ଅଶ୍ବିନି ପଣ୍ଡା ଅଶୋକ ପାଣ୍ଡେ,କୈଳାସ ଗଣ୍ଡ,ଜୟାନନ୍ଦ ପାଣିଗ୍ରାହି,ଆଦିକନ୍ଦ ପୁଜାରୀ,ସରୋଜ କୁମର ମିଶ୍ର,ପ୍ରଦିପ ମେହେର,ଡ଼ିଳେଶ୍ବର ହାତୀ ରାଜ୍ୟସ୍ତରୀୟ ଅଭିଜିତ ପୂଜାରୀ ସ୍ମୃତି କମିଟି ସଭାପତି ଅର୍ଚ୍ଚନା ପୂଜାହାରୀ,ସମ୍ପାଦକ ପ୍ରିୟରଞ୍ଜନ ହୋତା,ସଦସ୍ୟ ଶେଷଦେବ ମଣ୍ଡଳ,ସ୍ବର୍ଗତ ଅଭିଜିର ପୂଜାହାରୀ ଅଭାଗା ବାପା ଅକ୍ଷୟ ପୂଜାହାରୀ,ମାଁ ଗୀତାଞ୍ଜଳି ପୂଜାହାରୀଙ୍କ ସହ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ସହଯୋଗ କରିଥିଲେ.
Recent Comments