ଦେବଗଡ଼/୦୩/୦୩/୨୦୨୫/ (ଆଧାର ମିଡିଆ//ପ୍ରତାପ କିଶୋର ନାୟକ।)-ଜ଼ିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୨୫ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୨୦ଟି ବ୍ୟକ୍ତିଗତ ଏବଂ ୦୫ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ବିଶେଷ କରି ଜମି ବିବାଦ, ଜଙ୍ଗଲ ଜମି ପଟ୍ଟା, ସୁଭଦ୍ରା ଯୋଜନା, ମଧୁବାବୁ ପେନସନ ଯୋଜନା ଉପରେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ସହକାରୀ ଜ଼ିଲ୍ଲାପାଳ ହେମନ୍ତ ସିଂ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Recent Comments