ସୁବର୍ଣ୍ଣପୁର/୦୩/୨୦୧୫/ (ଆଧାର ମିଡ଼ିଆ)-ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ୍ ଉପରେ ଆଜି ଭାରତୀୟ ଜନତାପାର୍ଟି ପକ୍ଷରୁ ସ୍ଥାନୀୟ ସାହାଗେଷ୍ଟ ହାଉସ୍ର ସମ୍ମିଳନୀ କକ୍ଷ ରେ ଜିଲ୍ଲାର ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ବିଜେପି ସଭାପତି ବେଣୁଧର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ବିଜେପିର ପୂର୍ବତନ ସଭାପତି ପ୍ରମୋଦ କୁମାର ମହାପାତ୍ର,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଉଷାକୁମାରୀ,ରାଜକିଶୋର ମେଣ୍ଡିଲି, ସୋନପୁର କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡଃ କେଦାରନାଥ ମିଶ୍ର ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟର ବିଭିନ୍ନ ଜନହିତକର ଦିଗ ଉପରେ ଆଲୋଚନା କରିଥିଲେ।
ବାସ୍ତବିକ୍ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ଆଣିଥିବା ବଜେଟ ପ୍ରକୃତରେ ଲୋକଙ୍କ ବିକାଶକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ହୋଇଥିବା ସମସ୍ତେ ପ୍ରକାଶ କରିଥିଲେ।ଏହି ସମ୍ମିଳନୀରେ ସହରର ସଚେତନ ନାଗରିକ କମିଟି, ବଣିକ ସଂଘ,କେମିଷ୍ଟ ଏଣ୍ଡ ଡ଼୍ରଗିଷ୍ଟ ସଂଘ, ଓ ଅନେକ ସାମାଜିକ ସଂଗଠନର କର୍ମକର୍ତ୍ତା ଙ୍କସହ ଆଇନଜୀବୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ। ଆଇନଜୀବୀ ମଧୁସୂଦନ ପ୍ରଧାନ, ସିତାଂଶୁ ଶେଖର ମିଶ୍ରଙ୍କ ସହ ଅନେକ ବୁଦ୍ଧିଜୀବି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବଜେଟକୁ ନେଇ ଜନସାଧାରଣଙ୍କ ସହ ରାଜନେତା ମାନଙ୍କ ଏହିପରି ଖୋଲା ଆଲୋଚନାକୁ ସମସ୍ତେ ଖୁବ୍ ପ୍ରଶଂସା କରିଥିବା ବେଳେ ସମୃଦ୍ଧ ଓଡିଶା ବିକଶିତ ଓଡ଼ିଶା ଗଠନ ସହ ଆଗକୁ ଏହି ସରକାର ବାସ୍ତବିକ୍ ଲୋକଙ୍କ ସରକାର ବୋଲି ଅନେକେ ମତବ୍ୟକ୍ତ କରିଥିବା ଦେଖାଯାଇଥିଲା।
Recent Comments