logo
add image
ଗଦାଶିଳାରେ ମହିଳା ସମାବେଶ: ସୁସ୍ଥ ସମାଜ ଗଠନପାଇଁ ମହିଳାମାନେ ସଂଗଠିତ ହେବାକୁ ଆହ୍ବାନ।

ଗଦାଶିଳାରେ ମହିଳା ସମାବେଶ: ସୁସ୍ଥ ସମାଜ ଗଠନପାଇଁ ମହିଳାମାନେ ସଂଗଠିତ ହେବାକୁ ଆହ୍ବାନ।

କଣିହାଁ/୨/୩/୨୦୨୫/ (ଆଧାର ମିଡ଼ିଆ)-ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ମାର୍ଚ୍ଚ ୨ ରୁ ୮ ତାରିଖ ଏକ ସପ୍ତାହ ବ୍ୟାପୀ ସମାବେଶପାଳନ ଅବସରରେ ସଂଗଠନର କଣିହାଁ ବ୍ଲକ କମିଟି ଆନୁକୂଲ୍ୟରେ ରବିବାର ଦିନ ଗଦାଶିଳାସ୍ଥ ବାଜିରାଉତ ସ୍ମୃତି ପାଠାଗାର ଠାରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। କଣିହାଁ ବ୍ଲକ କମିଟି ସଭାନେତ୍ରୀ ପ୍ରଗତିବାଳା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ମୁଖ୍ଯ ଅତିଥି ଭାବେ ଏସୟୁସିଆଇ(କମ୍ୟୁନିଷ୍ଟ) ଅନୁଗୋଳ ଜିଲ୍ଲା ସଂପାଦକ ଭିକାରୀ ପ୍ରଧାନ, ମୁଖ୍ଯବକ୍ତା ଭାବେ ଏଆଇଏମଏସଏସର ଜିଲ୍ଲା ସଂପାଦିକା ମାନସୀ ସ୍ୱାଇଁ ଯୋଗଦେଇ ସମାଜରେ ବଢିଚାଲିଥିବା ଅପରାଧିକ କାର୍ଯ୍ୟକଳାପ ତଥା ନାରୀ ନିର୍ଯ୍ୟାତନା ରୋକିବା ସହ ଏକ ସୁସ୍ଥ ସାଂସ୍କୃତିକ ସମାଜ ସୃଷ୍ଟି କରିବାକୁ ହେଲେ ମଦ ତଥା ସମସ୍ତ ପ୍ରକାର ମାଦକଦ୍ରବ୍ୟର ପ୍ରସାରକୁ ସମ୍ପୁର୍ଣ ନିଷିଦ୍ଧ କରାଯିବା ସହ ଅଶ୍ଳୀଳତା - ନଗ୍ନତା - ଅପସଂସ୍କୃତିର ପ୍ରଚାର ପ୍ରସାରକୁ ସମ୍ପୂର୍ଣ ବନ୍ଦକରିବା ଦାବିରେ ମହିଳାମାନେ ଉନ୍ନତ ରୁଚି ସଂସ୍କୃତି ଆଧାରରେ ସଂଗଠିତ ହୋଇ ଶକ୍ତିଶାଳୀ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ। ଏହି ସମାବେଶରେ ନାରୀ ନିର୍ଯ୍ୟାତନା ବନ୍ଦ, ନାରୀ ନିର୍ଯାତନାକାରୀଙ୍କୁ କଠୋର ଶାସ୍ତି, ନାରୀ ଓ ଶିଶୁକନ୍ୟାମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା, ନାରୀ ନିର୍ଯାତନା ବୃଦ୍ଧିର ଅନ୍ୟତମ ମୁଖ୍ୟକାରଣ ମଦ-ମାଦକଦ୍ରବ୍ୟ ତଥା ମୋବାଇଲ ଇଣ୍ଟରନେଟ୍ ସମେତ ସମସ୍ତ ଗଣମାଧ୍ୟମରେ ଅଶ୍ଳୀଳତା-ନଗ୍ନତା-ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ, ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ କର୍ମରତ ମହିଳା ଶ୍ରମିକଙ୍କ ନ୍ୟାଯ୍ୟ ଦାବି ପୁରଣ, ଶିକ୍ଷା-ସ୍ୱାସ୍ଥ୍ୟ-ବିଜୁଳିର ଘରୋଇକରଣ ବନ୍ଦ ତଥା ଦରଦାମ ବୃଦ୍ଧି ବନ୍ଦ ଆଦି ଦାବି କରାଯାଇଥିଲା। ସଂଗଠିକା ନିର୍ମଳା ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପଙ୍କଜିନୀ ସିଂହ କେରଳରେ ଚାଲିଥିବା ଆଶା କର୍ମୀମାନଙ୍କ ଆନ୍ଦୋଳନ ସମର୍ଥନରେ ଏକ ପ୍ରସ୍ତାବ ଆଗତ କରିଥିଲେ। ଶେଷରେ ସଂଗଠନର କଣିହାଁ ବ୍ଲକ କମିଟି ସଂପାଦିକା ମିନତୀ ସାମଲଙ୍କ ପରିଚାଳନାରେ ପ୍ରଗତିଶୀଳ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Recent Comments

Leave Comments

Top