ସୋନପୁର/୦୪/୦୩/୨୦୨୫/ (ଆଧାର ମିଡ଼ିଆ) ସୁବର୍ଣ୍ଣପୁର ଜିଲ୍ଲା ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ଵାଲଙ୍କ ନେତୃତ୍ୱରେ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ପୌର ଅଧିକାରୀଙ୍କୁ ଭେଟି ପୌର ପରି ଷଦ ଅଞ୍ଚଳରେ ଥିବା ସରକାରୀ ଜମିକୁ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯୋଗ କରିଛନ୍ତି। ପ୍ରମୁଖ ଅଭିଯୋଗ , ବ୍ଲକ୍ ଛକ ପାଖରେ ଜଣେ ରାଜନେତା ତଥା ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଜମି ଦଖଲକରି ଅନେକ ଫାଇଦା ଉଠାଇଛନ୍ତି। ଉକ୍ତ ସ୍ଥାନକୁ ଶୀଘ୍ର ଡିମାରର୍କେଶନ କରି ଉଚ୍ଛେଦ କରାଯିବା ସହିତ ପୌର ଅଧିକାରୀ ତାଙ୍କ ଉପରେ ଶୀଘ୍ର କର୍ଯ୍ୟନୁଷ୍ଠାନ ନେବାକୁ ଦାବି ରଖିଥିଲେ ବିଜେପି ସଦସ୍ୟ। ଅନେକ ପୋଖରୀ ମଧ୍ୟ ଚତୁରତାର ସହ ମାଟିପୋତି ପ୍ଲଟିଂକରି ବିକ୍ରି କରି ଦେଇଥିବା ଅଭିଯୋଗ କରିଥିଲେ। ସ୍ଥାନୀୟ ନୂତନ ଟାଉନ୍ ହଲ୍ ପାଖରେ ଏକ ବେଆଇନ ନର୍ସରୀ ହୋଇଥିବା ଓ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଏହାକୁ ଭଡ଼ା ସୂତ୍ରରେ ଦେଇଥିବା କଥା ଅଭିଯୋଗ କରିଥିଲେ ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ମହାପାତ୍ର।
ପୌର ଅଧିକାରୀ ଏହି ବିଷୟରେ ଅବଗତ ନଥିଲେ ଉପ ଜିଲ୍ଲାପାଳ ତହସିଲଦାରଙ୍କୁ ଯୋଗାଯୋଗ କରି ଉକ୍ତସ୍ଥାନ ଗୁଡିକୁ ସାତଦିନ ଭିତରେ ଉଚ୍ଛେଦ କରାହେବା ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ସୋନପୁର ସହର ମଧ୍ୟରେ କେତୋଟି ପୋଖରୀ ଅଛି ଓ ପୌର ପ୍ରଶାସନ ସମସ୍ତ ପୋଖରୀ ସୂତ୍ରରୁ କେତେଟଙ୍କା ଆୟ କରୁଛନ୍ତି ଏହାର ହିସାବ ମାଗିଥିଲେ ବଲାଙ୍ଗୀର ସାଂସଦ ପ୍ରତିନିଧି ଶିବରାମ ସାହୁ। ଉକ୍ତ ସ୍ଥାନକୁ ଶୀଘ୍ର ଉଚ୍ଛେଦ ହଟାଇବା ପାଇଁ ବଲାଙ୍ଗୀର ସାଂସଦ ପ୍ରତିନିଧି ଶିବରାମ ସାହୁ ଓ ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ବାଳ ଗଣ ମାଧ୍ୟମ ଜରିଆରେ ପ୍ରଶାସନ କୁ ଅନୁରୋଧ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ଜୋର୍ ଦାର ହେବାନେଇ ପ୍ରତିକ୍ରିୟା ରଖିଛନ୍ତି।ଘେରାଉ ସମୟରେ କାଉନସିଲର ଗଙ୍ଗା ତାରିଆ, କାଉନସିଲର ସୁକାନ୍ତ ସାହୁ, ପୂର୍ବତନ କାଉନସିଲର ତ୍ରିଲୋଚନ ତରିଆ,ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର,ନରସିଂହ ପୃଷ୍ଟି, ବିବେକା ନନ୍ଦ ମିଶ୍ର, ବିକ୍ରାନ୍ତ କେଶରୀ ମିଶ୍ର, ରାଜେଶ୍ ସାହୁ, କିଶୋର ମିଶ୍ର, ଅନନ୍ତ ମିଶ୍ର, ଦେବାଶିଷ ପୁଝାରୀ, ସୁରୁବାବୁ ସାହୁ,ବିକି ଅଗ୍ରୱାଲ, ଶ୍ରୀକାନ୍ତ ପାଣିଗ୍ରାହୀ, ବାବୁଲୁ ଭରସାଗର ପ୍ରମୁଖ ବିଜେପି ସଦସ୍ୟ ଉପସ୍ଥିତ ଥିଲେ।
Recent Comments