ଭଟଲି/ବରଗଡ଼/୦୮/୦୩/୨୦୨୫(ଆଧାର ମିଡ଼ିଆ): ବରଗଡ଼ ୱାର୍ଡ ନମ୍ବର ୧୧ ସ୍ଥିତ ଶକ୍ତି ନଗର ଠାରେ ଥିବା ଶକ୍ତି ନଗର କ୍ଲବରେ ବରଗଡ଼ ଜିଲ୍ଲା ଭୂତପୂର୍ବ ସୈନିକ ସଂଘ ମହିଳା ଶାଖା,ଅଭିପ୍ସା ପ୍ରତିବେଶୀ ମହିଳା ସମିତି ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିୟ ମହିଳା ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ବରଗଡ଼ ବିଧାୟକ ଶ୍ରୀ ଅଶ୍ଵିନୀ ଷଡଙ୍ଗୀ ଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଷଡଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଅନ୍ୟ ତମ ବିଶିଷ୍ଟ ଅତିଥି ଭାବରେ ଭାରତୀୟ ଜନତା ପାର୍ଟି ର ଟାଉନ ସଭାପତି ଅକୃର ମଲ୍ଲିକ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ମହିଳା ପ୍ରତ୍ୟେକ କ୍ଷେତ୍ରରେ ସର୍ବାଗ୍ରେ । ସାମାଜିକ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ରକ୍ତ ଦାନ ଶିବିର ଆୟୋଜନ କରିବା ସମାଜ ପାଇଁ ଏକ ଅନନ୍ୟ ଉଦାହରଣ। ଏହି ଶିବିର ରୁ ତିନି ଯୋଡା ଦମ୍ପତ୍ତିଙ୍କ ସମେତ ସର୍ବମୋଟ ୩୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଏହି ଶିବିରକୁ ବରଗଡ଼ ଜିଲ୍ଲା ଭୂତପୂର୍ବ ସୈନିକ ସଂଘ ମହିଳା ଶାଖାର ସଭାପତି ଦୀପ୍ତି କାନ୍ତି ସରାଫ, ସଂପାଦିକା ତପସ୍ଵିନୀ ରଥ,ଅଭିପ୍ସା ପ୍ରତିବେଶୀ ମହିଳା ସମିତିର ସଭାପତି ପୂର୍ଣ୍ଣିମା ନାଏକ, ସମ୍ପାଦିକା ନୀନା ପଣ୍ଡା,ବରଗଡ଼ ଜିଲ୍ଲା ଭୂତପୂର୍ବ ସୈନିକ ସଂଘର ସଭାପତି ବିଦ୍ୟୁତ ଦାଶ, ସମ୍ପାଦକ ସୂର୍ଯ୍ୟ ପ୍ରସାଦ ଦାଶ, ମାନସ ରଞ୍ଜନ ଚାନ୍ଦ, ଶକ୍ତି ନଗର ୟୁଥ ସଭାପତି ରାକେଶ ନାୟକ ଓ ନିଷ୍ଠା ପରିବାରର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ । ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ବରଗଡ଼ ଜିଲ୍ଲା ଭୂତପୂର୍ବ ସୈନିକ ସଂଘ ମହିଳା ଶାଖା,ଅଭିପ୍ସା ପ୍ରତିବେଶୀ ମହିଳା ସମିତି କୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଆୟୋଜକ ବନ୍ଧୁ, ଶକ୍ତୀ ନଗର ପଡ଼ା ବାସୀ ବିଶେଷ କରି ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
Recent Comments