logo
add image
ବୋଲଗଡ଼ରେ ବିଶ୍ୱ ମହିଳା ଦିବସ ପାଳିତ

ବୋଲଗଡ଼ରେ ବିଶ୍ୱ ମହିଳା ଦିବସ ପାଳିତ

ଖୋର୍ଦ୍ଧା,୦୮/୩(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)ସାରା ବିଶ୍ୱରେ ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ମହିଳା ଦିବସ ରୂପେ ପାଳନ କରାଯାଉଅଛି।ଏହି ଅବସରରେ ବୋଲଗଡ଼ ନନ୍ଦିଘୋଷ ଭବନଠାରେ ବୋଲଗଡ଼ ବେଗୁନିଆ ମିଶନ ଶକ୍ତିର ମହାସଂଘ ପକ୍ଷରୁ  ପାଳିତ ହୋଇଯାଇଛି।ଶନିବାର ପୂର୍ବାହ୍ନରେ ବୋଲଗଡ଼ ବ୍ଲକ ମିଶନ ଶକ୍ତି ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ ମହିଳା ମାନେ ପ୍ଲକ୍ କାର୍ଡ ଓ ବ୍ୟାନର ମାନ ଧରି ମହିଳାଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ଧର୍ମି ସ୍ଲୋଗାନ ଦେଇ ପଦଯାତ୍ରା କରି ବୋଲଗଡର ବିଭିନ୍ନ ଛକ ଓ ବଜାର ପରିକ୍ରମା କରିଥିଲେ।ଏହି ପଦଯାତ୍ରାରେ ବ୍ଲକ ମହାସଂଘର ସସମସ୍ତ ସମସ୍ତ ଇସି,ବ୍ୟାଙ୍କ ମିତ୍ର,ପ୍ରାଣୀମିତ୍ର, ଏମ୍‌ବିକେ,ସମସ୍ତ ସ୍ୱୟଂସହାୟିକା ଗୋଷ୍ଠୀ ସଭାନେତ୍ରୀ ସମ୍ପାଦିକା ଏବଂ ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ନନ୍ଦିଘୋଷ ଭବନ ରେ ଏକ ସାଧାରଣ ସଭା ଅନୁଷ୍ଟିତ ହୋଇଥିଲା।ବୋଲଗଡ଼ ମହାସଂଘର ସଭାନେତ୍ରୀ ଶୈଳବାଳା ବାହିନୀପତିଙ୍କ ସଭାପତିତ୍ୱରେ ଏବଂ ମହିଳା ମହାସଂଘ ସମ୍ପାଦିକା ଗୀତାଞ୍ଜଳୀ ମହାନ୍ତି ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ସୁସ୍ଥ ସମାଜ ଗଠନ ପାଇଁ ମାତୃଶକ୍ତିର ଭୂମିକା ବହୁ ଗୁରୁତ୍ଵପୂର୍ଣ୍ଣ ରହିଛି ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟବକ୍ତା ଭାବେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ ଯୋଗଦେଇ ନାରୀ ସଶକ୍ତ ହେଲେ ଦେଶ ଉନ୍ନତି ହେବ ଏବଂ ଆମ୍ଭ ଦେଶ ବିଶ୍ୱଗୁରୁ ବୋଲାଇବ ବୋଲି ମତରଖିଥିଲେ।ସମ୍ମାନୀତ ଅତିଥି ଭାବେ ବୋଲଗଡ଼ ପଞ୍ଚାୟତସମିତି ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ,ବେଗୁନିଆ ବ୍ଲକ ପଞ୍ଚାୟତସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟଗୁରୁ,ସୁନନ୍ଦିତା ସାହୁ,ବୋଗୁନିଆ ବ୍ଲକ ସଭାନେତ୍ରୀ ରୀନା ସେଠୀ,ବୋଲଗଡ଼ ସରପଞ୍ଚ ଗୀତାଞ୍ଚଳୀ ସାହୁ,ସମିତିସଭ୍ୟା ନିର୍ମଳା ପ୍ରଧାନ,ସମାଜସେବୀ ତଥା ଆଇନଜିବୀ ଗୈାରୀ ଦେବୀ,ବେଗୁନିଆ ମହିଳା ମହାସଂଘର ସମ୍ପାଦିକା ଶାନ୍ତିଲତା ରଣସିଂହ, ବେଗୁନିଆ ଇସି ସଦସ୍ୟା ଶାନ୍ତିଲତା ସେଠୀ,ବୋଗୁନିଆ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ରୀନା ସ୍ୱାଇଁ ଏବଂ ରୂପକାନ୍ତି ସାହୁ,ସମ୍ପାଦିକା ଗୀତାଞ୍ଜଳୀ ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ।ସଭାପ୍ରାରମ୍ଭରେ ଗୀତାଞ୍ଜଳୀ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଗେଡିଆପଲ୍ଲୀ ବ୍ୟାଙ୍କମିତ୍ର ପ୍ରଭାସିନୀ ସାହୁଙ୍କ ବେଦପାଠ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ ଦ୍ୱାରା ଓଡ଼ିଶୀନୃତ୍ୟ,ସମ୍ବଲପୁରୀ ଏବଂ ଆଧୁନିକ ନୃତ୍ୟ ପରିବେଷିତ ହୋଇଥିବାବେଳେ ବିଧାୟକ ଶ୍ରୀ ସାହୁ ସମସ୍ତଙ୍କ ମତରକ୍ଷା କରି ସେମାନଙ୍କ ସହିତ ସାମିଲ ହେବାପରେ ସମସ୍ତେ ଉତ୍ସାହିତ ହୋଇଥିବା ଦେଖାଯାଇଥିଲା।ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ପରିଶେଷରେ ସମାଜସେବୀ ବୁଲୁ ସାହୁ କାର୍ଯୟକ୍ରମ ସୁଚାରୁରୂପେ ଅନୁଷ୍ଠିତ କରାଇଥିବାରୁ ସଂଘର କର୍ମକର୍ତ୍ତା ଏବଂ ସମସ୍ତ ମହିଳାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top