ରେଙ୍ଗାଲି୦୯/୦୩/(ଆଧାର ମିଡ଼ିଆ//ରିପୋର୍ଟ-ସୁନିଲ କୁମାର ନାଥ)ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଙ୍ଘ ଓୟୁଜେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ରେଢ଼ାଖୋଲ ରାଜୀବ ଭବନ ରେ ଏକ ସୌହାର୍ଦ୍ଧ ପୂର୍ଣ୍ଣ ବାତାବରଣ ରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଭାପତି ପ୍ରଭାତ ବେହେରା ଙ୍କ ସଭାପତିତ୍ୱ ରେ ଏହି ସଭାରେ ରାଜ୍ୟ କୋଷଧକ୍ଷ ଅମୁଲ୍ୟ ରଞ୍ଜନ ସ୍ୱାଇଁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମିଶ୍ର, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସଚିକାନ୍ତ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଶରତ ପ୍ରଧାନ ପ୍ରମୁଖ ମଂଚାସୀନ ହୋଇ ସାମ୍ବାଦିକ ଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ବିଭିନ୍ନ ବ୍ଲକ ରୁ ଯୋଗଦେଇଥିବା ସଂଗଠନ ର ସଦସ୍ୟ ମାନେ ମଧ୍ୟ୍ୟ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ କର୍ତ୍ତବ୍ୟରତ ସାମ୍ବାଦିକ ମାନେ କାର୍ଯ୍ୟ କରୁଥିବା ସମୟରେ ସାମ୍ନା କରୁଥିବା ଅସୁବିଧା ଓ ଅସାମାଜିକ ଲୋକଙ୍କ ଆକ୍ରୋଶ ର ଶିକାର ହେଉଥିବା କୁ ଘୋର ନିନ୍ଦା କରାଯାଇଛି ।ତେଣୁ ସରକାର ସାମ୍ବାଦିକ ଙ୍କ ପ୍ରତି ହେଉଥିବା ଏଭଳି କାର୍ଯ୍ୟ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ନିହାତି ପ୍ରଣୟନ କରିବା ନିହାତି ଜରୁରୀ ବୋଲି ମଂଚାସୀନ ଅତିଥି ମାନେ କହିଥିଲେ ।ସେହିଭଳି ସାମ୍ବାଦିକ ସୁରକ୍ଷା ଆଇନ ସହ ପେନସନ ର ବ୍ୟବସ୍ଥା କରିବାକୁ ଏହି ବୈଠକରେ ଦାବି ଉପସ୍ଥାପନା କରାଯାଇଥିଲା।ସରକାର ଙ୍କ ସହିତ ରାଜ୍ୟ ଗଠନରେ ସାମ୍ବାଦିକ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଏସବୁ ଦିଗକୁ ସରକାର ଙ୍କର ଦୃଷ୍ଟି ଆକର୍ଷଣ କରାଯିବା ସହିତ ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ସରକାର ଗଣମାଧ୍ୟମ କୁ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଥିଲା।ଏହାସହ ଜିଲ୍ଲା ସଦରମହକୁମା ରେ କାର୍ଯ୍ୟାଳୟ,ଜିଲ୍ଲା ସାମ୍ବାଦିକ କଲ୍ୟାଣପାଣ୍ଠି ଗଠନ,ଜିଲ୍ଲାରେ ସଦସ୍ୟତା ବଢାଇବା ସହ ଜିଲ୍ଲା ମୁଖ୍ୟାଳୟ ରେ ନିୟମିତ ଜିଲ୍ଲା ସ୍ତରୀୟ ବୈଠକ କରିବା,ତୃଣମୂଳ ସ୍ତରରୁ ପ୍ରତି ବ୍ଲକ ୟୁନିଟ କୁ ସାମିଲ କରି ରାଜ୍ୟ ସ୍ତରୀୟ ସାଧାରଣ ପରିଷଦ ବୈଠକ କରିବା,ବୁର୍ଲା ରେ ସାମ୍ବାଦିକ ମାନଙ୍କ ପାଇଁ ଟିକେଟ କାଉଣ୍ଟର,ଗାଁ ସମସ୍ୟା ନେଇ ଜିଲ୍ଲା କମିଟୀ ସମାଧାନ ଦିଗରେ ପଦକ୍ଷେପ ପ୍ରଭୃତି ବିଷୟରେ ଆଲୋଚନା ସହ ଜିଲ୍ଲାକୁ ବ୍ଲକ ୟୁନିଟ ମାନ ପ୍ରସ୍ତାବ ଦେଇଛନ୍ତି.ଏହି କାର୍ଯ୍ୟକାରିଣୀ ବୈଠକ ରେ ରେଙ୍ଗାଲି, କୁଚିଣ୍ଡା, ବାମରା,ରେଢ଼ାଖୋଲ,ନାକଟିଦେଉଳ,ଜମନକିରା ଆଦି ସଂଘରୁ ସଦସ୍ୟମାନେ ଯୋଗଦେଇଥିଲେ।
Recent Comments