logo
add image
ପିପିଲିରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ପିପିଲିରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ପିପିଲି,୯/୩(ଆଧାର ମିଡ଼ିଆ)ପୁରୀ ଜିଲ୍ଲା ପିପିଲି ସହକାରୀ ଦୌରାଜଜ ବିଶେଷ କୁମାର ସାହୁ ଓ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ସଂଗ୍ରାମ କୁମାର ମିଶ୍ରଙ୍କ ଅଧକ୍ଷତାରେ ଶନିବାର ଦିନ ପିପିଲି କୋର୍ଟରେ ଅନ୍ତର୍ଜାତୀୟ ମହିଳା ଦିବସ ଆନୁଷ୍ଠାନିକ ଭାବରେ ପାଳିତ ହୋଇ ଯାଇଅଛି.ଏଥିରେ ସହକାରୀ ଦୌରାଜଜ ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହି ଥିଲେ ମହିଳା ମାନେ ନିଜେ ସ୍ୱାବଲମ୍ବୀ ହୋଇ ନିଯେ ନିଜର ମୌଳିକ ସୁବିଧାରୁ ବଞ୍ଚିତ ନରହି ଆଗକୁ ଆଗକୁ ବିଭିନ୍ନ ପ୍ରୟାସ ଜାରିରଖି ଆଗେଇ ଯିବା ଏକ ମହତ୍ୱ ପୂର୍ଣ୍ଣ ଏବଂ ଆଜିର ମହିଳା ମାନେ କିଭଳି ମାଗଣା ଆଇନ ଗତ ସହାୟତା ସେବା ନ୍ୟାୟାଳୟରୁ ପାଇ ପାରିବେ ସେନେଇ ଗୁରୁତ୍ୱ ଦେବା ସହ ସେମାନଙ୍କୁ ସାହାଯ୍ୟ ସହାନୁଭୂତି ଓ ଆଇନ ସେବା ଯୋଗାଇ ଦେବା ଆମ୍ଭର ପୂର୍ଣ୍ଣ ସହଯୋଗ ଏକାନ୍ତ ବୋଲି କହିଥିଲେ. ଏହି ସମୟରେ ଆଇନ ଯିବି ହାଡୁବନ୍ଧୁ ଜେନା,ଶିବ ପ୍ରସାଦ ସାହୁ,ବିଚିତ୍ର ଭୂଷଣ ମହାପାତ୍ର,ସୁରେଖା ଦାଶ ସମେତ ଅନ୍ୟ ଆଇନ ଯିବି ଉଭୟ କୋର୍ଟର ସମସ୍ତ କର୍ମଚାରୀ,ପୋଲିସ କୋର୍ଟର କର୍ମଚାରୀ ମାନେ ଉପସ୍ଥିତ ରହି ସାମିଲି ହୋଇଥିଲେ.

Recent Comments

Leave Comments

Top