ପଦ୍ମପୁର,୮/୩(ଆଧାର ଓଡ଼ିଶା//ରିପୋର୍ଟ-ଡିଲେଶ୍ୱର ବାଗ)ବରଗଡ଼ ଜିଲ୍ଲା ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ମହାସମାରୋହରେ ଆନ୍ତର୍ଜାତିକ ମହିଳା ଦିବସ ତଥା ଜାତୀୟ ବିଜ୍ଞାନ ଦିବସ ପାଳନ ହୋଇଯାଇଛି।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭା ରେ ପଦ୍ମପୁର ଅତିରିକ୍ତ ଜିଲ୍ଲା ନ୍ୟାୟିକ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦ୍ବିବେଦୀ ମୁଖ୍ୟ ଅତିଥି ଉପନ୍ୟୟାଧିଶ ଶ୍ରୀଯୁକ୍ତ ଦେବାଶିଷ ଦାସ,ଉପ-ବିଭଗୀୟ ନ୍ୟାୟିକ ମାଜିଷ୍ଟ୍ରେଟ ଶ୍ରୀମତି ଧୃବୀ ସୁଲଙ୍କି,ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ମଧୁସୂଦନ ଦେବତା ଯୋଗଦାନ କରି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରଥମେ ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ ତତ୍ ପରେ ବାଗଦେବୀ ପୂଜନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଅତିଥି ମାନେ ବିଜ୍ଞାନ ପ୍ରାଚୀର ପତ୍ରିକାର ଶୁଭ ଉନ୍ମୋଚନ କରି ଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ବିଜ୍ଞାନ ସମ୍ବନ୍ଧୀୟ ସୁନ୍ଦର ସୁନ୍ଦର ଚିତ୍ର ଓ ପ୍ରକଳ୍ପ ଦେଖି ଆକୃଷ୍ଟ ହୋଇଥିଲେ । ଶ୍ରୀଯୁକ୍ତ ମାନସ ରଞ୍ଜନ ଶତପଥୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ପରେ ପରେ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦ୍ବିବେଦୀ ମହିଳା ମାନଙ୍କ ସୁରକ୍ଷା ଓ ଅଧିକାର ଉପରେ ତାଙ୍କର ଅଭିଭାଷଣ ପ୍ରଦାନ କରି ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ।ଦେବାଶିଷ ଦାସ ତଥା ଧ୍ରୁବୀ ସୋଲଙ୍କି ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ୍ ଓ ଅଧିକାର ଉପରେ ସୂଚନା ପ୍ରଦାନ କରି ବହୁମୂଲ୍ୟ ଉପେଦେଶ ଦେଇ ଥିଲେ। ଅବସପ୍ରାପ୍ତ ବିଜ୍ଞାନ ଶିକ୍ଷକ ମଧୁସୂଦନ ଦେବତା ମହିଳା ମାନଙ୍କ ସୁରକ୍ଷା ସମ୍ବନ୍ଧରେ ସଚେତନ କରିଥିଲେ।ତତ୍ ପରେ ଅତିଥି ମାନଙ୍କ ଦ୍ଵାରା ତ୍ରୟମାସିକ ପତ୍ରିକା “ପ୍ରୟାସ” ର ଉନ୍ମୋଚନ ଓ କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ମୋବାଇଲ୍ ପୂର୍ବ ଓ ପରର ଜୀବନ ଉପରେ ଏକ ଛୋଟ ନାଟକ ମଧ୍ୟ ଛାତ୍ରୀ ମାନେ ପରିବେଷଣ କରିଥିଲେ।ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।ବିଦ୍ୟାଳୟର ସଂଯୁକ୍ତା ଭୋଇ,ମନିଷା ଭୋଇ, ବୃନ୍ଦାବତୀ ସାହୁ,ଖୁସବୁ ବରିହା,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର, ନିଲିମାରଣି ମହାନ୍ତି,ଜ୍ୟୋତିରେଖା ମହାନନ୍ଦ,ଅମନ କୁମାର ପଣ୍ଡା,ସୁଷମା ଦାଶ,ଦୁଷ୍ମନ୍ତ ଛତାର,କମଳା କୁମ୍ଭାର,ପ୍ରଭାସିନୀ ସାହୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
Recent Comments