ସୋନପୁର | ୧୦/୩/୨୦୨୫/(ଆଧାର ମିଡ଼ିଆ)- ସୋନପୁର କଲେଜ୍ ର ବାଣିଜ୍ୟ ସ୍ନାତକ ଦ୍ଵିତୀୟ ବର୍ଷଛାତ୍ର ତଥା ନବନିର୍ମାଣ ଯୁବ ଛାତ୍ର ସଂଗଠନର ଜିଲ୍ଲା ସହ ସଂଯୋଜକ ଶ୍ରୀକାନ୍ତ ସାହୁ ସୋନପୁର କଲେଜ,ସୋନପୁର କଲେଜକୁ ସରକାରୀ ମାନ୍ୟତା ଦେବାପାଇଁ ଭୁବନେଶ୍ୱର ଅଭିମୁଖେ ଏକ ସାଇକଲ ପଦଯାତ୍ରାରେ ବାହାରିଛନ୍ତି। ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଏହି ଅତ୍ୟାବଶ୍ୟକ ପଦକ୍ଷେପ ନେବାପାଇଁ ସେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିବେ। ଏହା ସହ କ୍ରମାଗତ ବଢ଼ି ଚାଲିଥିବା ଛାତ୍ର ଛାତ୍ରୀ ହିଂସା ତଥା କଲେଜ୍ ରେଗିଂ ଓ ଛାତ୍ର ଛାତ୍ରୀ ଆତ୍ମହତ୍ୟା ଆଦି ଉପରେ ଅଙ୍କୁଶ ଲଗାଇବା ପାଇଁ ବିଧେୟକ ଆଣିବା ପାଇଁ ସେ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ପ୍ରତି ଗାଁରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ତଥା ପ୍ରତି ପଞ୍ଚାୟତରେ ଉଚ୍ଚଶିକ୍ଷା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର ଦେବେ ବୋଲି ସେ କହିଛନ୍ତି। ଦରକାର୍ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିବି ଓ ୬୦ ବର୍ଷରୁ ପୁରୁଣା ସୋନପୁର କଲେଜ୍ କେବେ ସରକାରୀ ହେଵ ଓ ସୋନପୁର ଜିଲ୍ଲା ଛାତ୍ର ଛାତ୍ରୀଙ୍କ ଉତ୍ତମ ଗୁଣାତ୍ମକ ଶିକ୍ଷା ପାଇବାରେ ଅଧିକାର ଅଛି ନା ନାହିଁ ଏହା ପଚାରିବି ବୋଲି କହିଛନ୍ତି।ମନେ ରଖିବା ଉଚିତ୍ ପଶ୍ଚିମ ଓଡ଼ିଶାରେ ପ୍ରତି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକର ଘନତ୍ଵ ବହୁତ୍ କମ୍। ଏହି କ୍ରମାଗତ ଅବହେଳା ହିଁ ଅଞ୍ଚଳରେ ଦାଦନ ସମସ୍ୟାର ମୁଖ୍ୟ କାରଣ। ନିଯୁକ୍ତି ଭିତ୍ତିକ ଶିକ୍ଷା ପ୍ରଦାନ ସରକାରଙ୍କ ନୂତନ ଶିକ୍ଷା ନୀତିର ମୁଖ୍ୟ ବିନ୍ଦୁ କରିବା ପାଇଁ ଜୋର୍ ଦେବେ ବୋଲି ସେ କହିଛନ୍ତି।
ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ଶ୍ରୀକାନ୍ତଙ୍କ ଏହି ସାହସିକ ଯାତ୍ରାକୁ ଭୁବନେଶ୍ୱରରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନ୍ୱର୍ ଅଲ୍ଲୀ ସ୍ଵାଗତ କରିବେ ବୋଲି ସୂଚନା ଦେଇଛନ୍ତି। ଏହା ସହ ପ୍ରତ୍ୟେକ ଛକ, କଲେଜ୍ ଛକ ଅଞ୍ଚଳରେ ଶ୍ରୀକାନ୍ତଙ୍କ ଏହି ଯାତ୍ରାକୁ ସ୍ଵାଗତ କରିବା ପାଇଁ ବିଭିନ୍ନ ଛାତ୍ର ସଂଗଠନକୁ ଅନୁରୋଧ କରିବା ସହ ପ୍ରେସ ମିଡ଼ିଆ ବନ୍ଧୁଙ୍କୁ ଶ୍ରୀକାନ୍ତଙ୍କ ଯାତ୍ରାକୁ ଲୋକ ଲୋଚନକୁ ଆଣିବାରେ ସାହାଯ୍ୟ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
Recent Comments