ବୋଲଗଡ଼/ଖୋର୍ଦ୍ଧା/୧୦/୦୩/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ବୋଲଗଡ଼ ସଦରସ୍ଥିତ ଗଡ଼ଭିତର ସାହିର ପ୍ରମୁଖ ବ୍ୟକ୍ତି ତଥା ବିଶିଷ୍ଠ ନ୍ୟାୟବିତ କୃଷ୍ଣ ମୋହନ ପାଲଟାସିଂହଙ୍କ ୯୨ବର୍ଷ ବୟସରେ ରବିବାର ସକାଳ ୬ଟା ସମୟରେ ପରଲୋକ ହୋଇଛି। ତୁଳସୀ ଦୁଇପତ୍ରରୁ ବସିଲା ପରି ବାଲ୍ୟବସ୍ଥାରୁ ନିଜକୁ ସମାଜସେବାରେ ସମର୍ପିତ କରିବାର ଆଭାସ ବେଶ ନିକଟରୁ ବାରିହୋଇ ପଡୁଥିଲା ସ୍ବର୍ଗତ ପାଲଟାସିଂହଙ୍କର । ସମାଜସେବାକୁ ମଥାର ଚନ୍ଦନ ଭାବେ ଏତେ ମାତ୍ରାରେ ଗ୍ରହଣ କରିଥିଲେ ସେ । ସ୍ବର୍ଗତ ପାଲଟାସିଂହ୍ ଭାଗଚାଷୀ ଆନ୍ଦୋଳନରେ ମୁଖ୍ୟ ନାୟକ ସାଜି ବହୁ ଚାଷହୀନ ଚାଷୀଙ୍କୁ ଚାଷ ଜମି ଯୋଗାଇ ଦେଇଥିଲେ। ପରେ ପ୍ରତ୍ୟେକ୍ଷ ରାଜନୈତିକ ଦୃଶ୍ୟପଟର ମଞ୍ଚକୁ ଓଲ୍ହାଇ ବୋଲଗଡ଼ ପଂଚାୟତର ନାଏବ ସରପଞ୍ଚ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ଓ ପରେ ପର୍ଯ୍ୟାୟକ୍ରମେ ୨ଥର ସରପଞ୍ଚ ହୋଇ ସବୁରି ପ୍ରିୟପାତ୍ର ହୋଇ ପାରିଥିଲେ। ସର୍ବୋପରି ସେ ଜଣେ ଉଚ୍ଚ କୋଟିର ମଞ୍ଚ କଳାକାର ଥିଲେ।ଏପରିକି ସେ ହରର୍ମୋନିୟମ ବାଦକ କଳାକାର ଭାବେ ଅଂଚଳର ବାଦଶାହ ହୋଇପାରି ଥିଲେ । ପରବର୍ତ୍ତୀ ସମୟରେ ସେ ଅଂଚଳପାଇଁ କଳାକାର ନଥିଲେ ବରଂ କଳାର ଏକ ଅନୁଷ୍ଠାନ ହୋଇଯାଇ ଥିଲେ। ପରିଣତ ସମୟରେ ସେ ବୋଲଗଡ଼ ମହୋତ୍ସବର କାର୍ଯ୍ୟକାରୀ ସଭାପତି ଭାବେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ।
ବିଶେଷକରି ସ୍ୱର୍ଗତ ପାଲଟାସିଂହ ପୂର୍ବତନ ବିଧାୟକ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କର ପ୍ରିୟ ତଥା ଅନୁଗତ ଥିଲେ।ସେହିପରି ପରବର୍ତୀ ସମୟରେ କଂଗ୍ରେସରେ ଯୋଗଦେଇ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର ମହାପାତ୍ରଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଓ ସହଯୋଗୀ ଭାବେ ଉଭା ହୋଇଥିଲେ। ସେ ଜଣେ ମିଷ୍ଟଭାଷୀ , ପରୋପକାରୀ ,ବନ୍ଧୁ ବତ୍ସଳ ଦୟାଳୁ ଓ ଲୋକମାନଙ୍କର ସମସ୍ୟା ସମାଧାନ କରିବାରେ ଶିଧ୍ୟପୁରୁଷ ଥିଲେ । ଏପରିକି ଗାଁ ରାଜନୈତିକ ସ୍ଥିତି ରୂପକ ସିଡିରେ ଆଗକୁ ଆଗକୁ ଯାଇଥିବା ବେଳେ ପଛକୁ କେବେ ଫେରି ନଥିଲେ। ସ୍ୱର୍ଗତ ପାଲଟାସିଂହଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ଅଧ୍ୟାପକ ବ୍ରଜେନ୍ଦ୍ର, କନିଷ୍ଠ ପୁତ୍ର ଆଇନଜୀବି ରାଜେନ୍ଦ୍ର, ଜାମାତା ଅବସରପ୍ରାପ୍ତ ବ୍ୟାଙ୍କ ବି.ଏମ ନରସିଂହ, ପୁତ୍ରବଧୁ, କନ୍ୟା, ନାତି, ନାତୁଣୀ ଓ ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କର ମୃତୁ ଖବରପାଇ ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁ, କଂଗ୍ରେସ ନେତା ତାରା ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ମାନେ ତାଙ୍କ ବାସ ଭବନକୁ ଯାଇ ଅନ୍ତିମ ଦର୍ଶନ କରିଥିଲେ।ପରେ ଏକ ବିରାଟ ଶବଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯାଇ ନିଜ ପରିବାରର ପାରମ୍ପରିକ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ବ୍ରଜେନ୍ଦ୍ର ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ପାଲଟାସିଂହଙ୍କ ପରଲୋକରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Recent Comments