ବୋଲଗଡ଼/ଖୋର୍ଦ୍ଧା/୧୧/୦୩/୨୦୨୫/(ଆଧାର ମିଡ଼ିଆ//)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ପଞ୍ଚାୟତ ପାଟବନ୍ଧ ଗ୍ରାମର ପଶ୍ଚିମେଶ୍ୱର ଦେବଙ୍କ ପୀଠରେ ସପ୍ତମ ବାର୍ଷିକ ଆଞ୍ଚଳିକ ବିଶ୍ଵଶାନ୍ତି ମହାଯଂଜ୍ଞ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ସକାଳ ସମୟରେ ଗ୍ରାମର ମା ବୁଢିଦେଇ ସିଂହନାଦ ଡ୍ୟାମ୍ ରୁ ପଟୁଆର କଳସ ଶୋଭାଯାତ୍ରା କରାଯାଇ ଥିଲା । ଏଥିରେ ତୀର୍ଥ ଆବାହନ,୧୦୮ କଳସ ସ୍ଥାପନ ,ଶୁଭ ଅଙ୍କୁାରୋପଣ ,ଯଂଜ୍ଞାରମ୍ଭ, ଅଗ୍ନି ସ୍ଥାପନ ପ୍ରମୁଖ କାର୍ଯ୍ୟକ୍ରମ ହୋଇଥିଲା। ଦ୍ୱିତୀୟ ଦିବସରେ ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ସାଳାପୂଜା, ଦେବାର୍ଚ୍ଚନା ଆଦି କାର୍ଯ୍ୟ କରାଯାଇ ଥିଲା । ଶେଷ ଦିବସରେ ପୂର୍ଣ୍ଣାହୂତି କାର୍ଯ୍ଯ ସମାପନ ହୋଇଥିଲ। ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ଅତିଥି ଭାବେ ସ୍ଥାନୀୟ ସମାଜସେବୀ ମନୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ। କର୍ତା ଓ କର୍ତ୍ରୀ ଭାବେ ମାନଗୋବିନ୍ଦ ରାଉତରାୟ ଓ ଚାରୁଲତା ରାଉତରାୟ କାର୍ଯ୍ୟ ତୁଲାଇ ଥିଲେ। ବିଶିଷ୍ଟ ପଣ୍ଡିତ , ନୈଷ୍ଠିକ ବ୍ରାହ୍ମଣ, ଆଚାର୍ଯ୍ୟ ଓ ସାଥୀ ମାନଙ୍କ ଦ୍ୱାରା ସମସ୍ତ ପୂଜା କାର୍ଯ୍ଯ ସମ୍ପାଦନା କରିଥିଲା ।ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ପ୍ରତେହ ରେ ରାମନାଟକ, ଦାସକାଠିଆ, ଭାଗବତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ଏବଂ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ମାନେ ମିଳିତ ଭାବେ ସହଯୋଗ କରି ପରିଚାଳନା କରିଥିଲେ।
Recent Comments