logo
add image
ଗ୍ରୀଷ୍ମପ୍ରବାହ ଦାଉରୁ ରକ୍ଷା ପାଇବାପାଇଁ ପ୍ରାକ ପ୍ରସ୍ତୁତିବୈଠକ ।

ଗ୍ରୀଷ୍ମପ୍ରବାହ ଦାଉରୁ ରକ୍ଷା ପାଇବାପାଇଁ ପ୍ରାକ ପ୍ରସ୍ତୁତିବୈଠକ ।

ଦେବଗଡ଼/୧୧/୦୩/୨୦୨୫/(ଆଧାର ମିଡ଼ିଆ//ପ୍ରତାପ କିଶୋର ନାୟକ )-ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଜନିତ ମୁକାବିଲା ନିମନ୍ତେ ଜ଼ିଲ୍ଲା ପ୍ରଶାସନିକ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲାପାଳ ଶ୍ରୀ ସାହୁ ଗ୍ରୀଷ୍ମପ୍ରବାହ ମୁକାବିଲା ନିମନ୍ତେ ପ୍ରଶାସନିକ ସ୍ତରରେ ସମସ୍ତେ ସଜାଗ ରହିବାକୁ ପରାମର୍ଶ ଦେବା ସହିତ ବୈଠକର ନିଷ୍ପତି ଗୁଡିକ କଡାକଡି ଭାବରେ ପାଳନ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକର ନିଷ୍ପତି ଅନୁଯାୟୀ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ପ୍ରଚାର ତଥା ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରାଯିବ । ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ପ୍ରାଣୀ ଚିକିତ୍ସା ବିଭାଗ,ପଞ୍ଚାୟତରାଜ,ଶିକ୍ଷାନୁଷ୍ଠାନ, ଅନୁସୂଚିତ ଜାତି ଓ ଜନଜାତି, ଶ୍ରମ ବିଭାଗ, ପରିବହନ ବିଭାଗ, ଜଙ୍ଗଲ ବିଭାଗ,ବିଦ୍ୟୁତ ବିଭାଗ,ସମାଜ ମଙ୍ଗଳ ଅଧିକାରୀ ଓ ଜ଼ିଲ୍ଲା ଚିକିତ୍ସା ଅଧିକାରୀ ସଜାଗ ରହିବା ସହିତ ଚିକିତ୍ସାଳୟରେ ପର୍ଯ୍ୟାୟ ପରିମାଣରେ ଅଂଶୁଘାତ ଔଷଧ ଓ ଓ଼ଆରେସ ମହଜୁତ ରଖିବା ସହିତ ଅଂଶୁଘାତ ରୋଗୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ନିଷ୍ପତି ନିଆଯାଇଛି ।
 ଜ଼ିଲ୍ଲା ଓ ବ୍ଲକରେ ବିଭିନ୍ନ ବିଭାଗରେ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯିବା ପାଇଁ ପରାମର୍ଶ ଦେଇଥିଲେ । ଜ଼ିଲ୍ଲାର କଣ୍ଟ୍ରୋଲ ରୁମ ନମ୍ବର-୦୬୬୪୧୨୨୬୮୪୩ । ଗ୍ରାମାଞ୍ଚଳରେ ପାନୀୟ ଜଳ, ବିଦ୍ୟୁତ, ଅଚଳ ନଳକୂପ ଗୁଡିକ ତୁରନ୍ତ ମରାମତି ନିମନ୍ତେ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନଳକୂପ  ଖରାପ ହୋଇଥିଲେ ତୁରନ୍ତ ମରାମତି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ ପୌରାଞ୍ଚଳରେ ପ୍ରତ୍ୟେକ ପଞ୍ଚାୟତରେ ଜଳଛତ୍ର ଖୋଲାଯିବା ସହିତ ଶିକ୍ଷାନୁଷ୍ଠାନ ଗୁଡିକ ସମୟ ପରିବର୍ତ୍ତନ ଓ ପାନୀୟ ଜଳର ବ୍ୟବସ୍ଥା ସଠିକ ରୂପେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରୀବାହୀ ବସମାନଙ୍କରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ଓ ଛାୟା କରାଯିବା ପାଇଁ କୁହାଯାଇଥିଲା। ଜ଼ିଲ୍ଲାରେ ପ୍ରତ୍ୟେକ ବ୍ଲକ, ତହସିଲ ଓ ଚିକିତ୍ସାଳୟ ଆର ଡବ୍ଲୁ ଏସ ଏସ, ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଏବଂ ପଶୁ ଚିକିତ୍ସା ଳୟରେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ହେମନ୍ତ ସିଂ, ସମସ୍ତ ଜ଼ିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

 

 

Recent Comments

Leave Comments

Top