ପାଇକମାଇ/ବରଗଡ/୧୩ /୦୩ /୨୫/(ଆଧାର ମିଡ଼ିଆ//ରିପୋର୍ଟ-ପାଇକମାଳରୁ ବିଦ୍ୟାଧର ସାହୁ)-ସର୍ବଦା ଲୋକମାନଙ୍କର ସୁବିଧା ପାଇଁ ଲଢ଼ି ଆସିଛନ୍ତି ବରଗଡର ସଂସଦ ପ୍ରଦୀପ ପୁରୋହିତ.କଳଙ୍ଗା ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ବା ଏସ.ଟିର ମାନ୍ୟତା ଦିଆଯାଉ ବୋଲି ସଂସଦ ଭାବନାରେ ଯୁକ୍ତି ବାଢ଼ିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଓଡ଼ିଶାରେ କଳଙ୍ଗା ସମ୍ପ୍ରଦାୟକୁ ଏସଟିର ମାନ୍ୟତା ଦିଆଯାଉ ବୋଲି ଅନେକ ଦିନରୁ ଦାବି ହୋଇ ଆସୁଛି । ଯେତେବେଳେ କି ବହୁ ପୂର୍ବରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏହି ସମ୍ପ୍ରଦାୟଙ୍କୁ ଏସଟିରେ ସାମିଲ କରାଯାଇଛି । କଳଙ୍ଗା ସମ୍ପ୍ରଦାୟ ମୁଖ୍ୟତଃ ଜଙ୍ଗଲ ଓ ପାହାଡ଼ିଆ ଅଂଚଳରେ ବସବାସ କରନ୍ତି । ଏମାନେ ସମାଜର ସବୁଠୁ ପଛୁଆ ଓ ବଂଚିତ ବର୍ଗ ମଧ୍ୟରୁ ଅନ୍ୟତମ । ଏହି ସମାଜର ଲୋକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ଭଳି ମୌଳିକ ସୁବିଧା ବଂଚିତ । ଅନୁସୂଚିତ ଜନଜାତିର ମାନ୍ୟତା ମିଳିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଏମାନେ ସାମିଲ ହୋଇପାରିବେ । ଶିକ୍ଷାରେ ସଂରକ୍ଷଣ, ଆର୍ଥିକ ସହାୟତା ଓ ଅନ୍ୟ ଜନକଲ୍ୟାଣକାରୀ ଯୋଜନାର ଲାଭ ଉଠାଇପାରିବେ କଳଙ୍ଗା ସମ୍ପ୍ରଦାୟ । ଓଡ଼ିଶାର କଲଙ୍ଗା ସମ୍ପ୍ରଦାୟଙ୍କୁ ଧାରା ୩୪୨ ଆଧାରରେ ଅନୁସୂଚିତ ଜନଜାତି ସୂଚୀରେ ସଂଶୋଧନ କରି ଏସ ଟି ସୂଚୀରେ ସାମିଲ କରିବାକୁ ସାଂସଦ ପ୍ରଦୀପ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଯାହାଫଳରେ ସେମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।
Recent Comments