କଣ୍ଟାମାଳ/୧୫/୦୪/୨୦୨୫/(ଆଧାର ମିଡ଼ିଆ //ରିପୋର୍ଟ/ପ୍ରଭଞ୍ଜନ ପୁରୋହିତ )-କଣ୍ଟାମାଳ ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ଜଣେ ଜଣକୁ ରଙ୍ଗବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ ।ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥିଲେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ । ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି । ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।ଏ ନେଇ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରୁ ଦୋଳ ବିମାନ ବାହାରି ସମଗ୍ର ସହର ପରିକ୍ରମା କରିଥିବା ବେଳେ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ, ସ୍ବେଛାସେବୀ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ନାଚ ଗୀତର ତାଳେତାଳେ ପରିକ୍ରମା କରି ହୋଲି ରଙ୍ଗ ଲଗାଇଥିଲେ l ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହ ଓ ଉଦ୍ଦୀପନାରେ ପାଳନ କରୁଛନ୍ତି ହୋଲି।
ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ନାଚ ଗୀତର ଆସର ବି ଜମିଥିଲା । ପରସ୍ପରକୁ ରଙ୍ଗ ଲଗାଇବା ସହ ପିଚକାରୀ ମାରି ରଙ୍ଗର ପର୍ବକୁ ଭରପୂର ପାଳନ କରୁଛନ୍ତିl ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ । କେବଳ ରଙ୍ଗର ପର୍ବ ନୁହେଁ ବରଂ ପରସ୍ପର ମଧ୍ୟରେ ସଂପ୍ରୀତି, ସଦଭାବ, ସୌହାର୍ଦ୍ଦ୍ୟ ରକ୍ଷା ଲାଗି ହୋଲି କରାଯାଉଛି ପାଳନ। ଏହି ରଙ୍ଗର ପର୍ବ ହୋଲି ନିମନ୍ତେ ଗୁନ୍ଦୁଲିଆ ଗ୍ରାମପଞ୍ଚୟତ ର ସରପଞ୍ଚ ଶ୍ରୀଯୁକ୍ତ ଧବଳେଶ୍ଵର ସିଂଗ୍ରାମପଞ୍ଚାୟତ ଅଧୀନରେ ଥିବା ଗ୍ରାମ ଗିଡିକୁ ଯାଇ ଆବାଳ ବୃଦ୍ଧ ବନୀତା ସମସ୍ତଙ୍କୁ ରଙ୍ଗ ହୋଲି ଲଗାଇ ସମସ୍ତଙ୍କ ଠାରେ ସୁସମ୍ପର୍କ ରଖି ରଙ୍ଗର ହୋଲି ଖେଳିଥିଲେ ତାଙ୍କ ସହିତ ଗୁନ୍ଦୁଲିଆ ଉର୍ନ୍ନିତ ଉଚ୍ଚବିଦ୍ୟାଳୟ ର ସଭାପତି ରାମଚନ୍ଦ୍ର ଦେହୁରୀ, ଡିଫେନ୍ସ ଅବସରପ୍ରାପ୍ତ ମେକାନିକାଲ ଇଂଜିନିୟର ଶିରୋମଣୀ ମଲିକ,ସମାଜସେବୀ ସୁଦର୍ଶନ ଦେହୁରୀ, ଖଟଖଟିଆ ଗ୍ରାମପଞ୍ଚୟତର ଜଣାଶୁଣା ସମାଜ ସେବି ବିନୋଦ ନାୟକ ଯୋଗଦାନ କରିଥିଲେ
Recent Comments