logo
add image
 କ୍ଷତିଗ୍ରସ୍ତ ଜମାକାରୀ ସଂଘର ସାମ୍ବାଦିକ ସମ୍ମିଳନୀ ।

କ୍ଷତିଗ୍ରସ୍ତ ଜମାକାରୀ ସଂଘର ସାମ୍ବାଦିକ ସମ୍ମିଳନୀ ।

ବୋଲଗଡ/ଖୋର୍ଦ୍ଧା/୧୬/୦୪/୨୦୨୫/(ଆଧାର ମିଡ଼ିଆ)- ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ସ୍ଥିତ 'ମା' ଭୂଇଁଆଣୀ ପୀଠ" ଠାରେ ଓଡିଶା ରାଜ୍ୟ ଗୋଲଡେନ ଲ୍ୟାଣ୍ଡ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘର ଏକ ଅତ୍ୟନ୍ତ ଜରୁରୀ ରାଜ୍ୟ କାର୍ଯ୍ୟକାରୀ ବୈଠକ ସହ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ସଂଗଠନର ରାଜ୍ୟ ସଭାପତି ଅଶୋକ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଓ ରାଜ୍ୟ ମୁଖ୍ୟ ସଂଯୋଜକ ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନଙ୍କ ସଂଯୋଜନା କ୍ରମେ ଜମାକାରୀଙ୍କ ଫେରସ୍ତ ନେଇ ଆନ୍ଦୋଳନ ସହ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଓଡିଶା ରାଜ୍ୟ ଗୋଲଡେନ ଲ୍ୟାଣ୍ଡ ଓ ଜିଏଲପି କ୍ଷତିଗ୍ରସ୍ତ ଜମାକାରୀ ସଂଘ" ହେଉଛି ଅସହାୟଙ୍କ ଜନତା ତଥା ଗୋଲଡେନ ଲ୍ୟାଣ୍ଡ ଓ ଜି.ଏଲ.ପିରେ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କ ସଂଘ ଭାବେ କାର୍ଯ୍ୟକାରୀ କରି ଆସୁଛନ୍ତି l ଯାହାକି ସମଗ୍ର ଓଡିଶା ରାଜ୍ୟରେ ଗୋଲଡେନ ଲ୍ୟାଣ୍ଡ ଓ ଜିଏଲ ପିରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ଅଧିକାର ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଅଛି l ତତସହିତ ଆମ ରାଜ୍ୟ ଓଡିଶାର ସମସ୍ତ କ୍ଷତିଗ୍ରସ୍ତ ଜମାକାରୀମାନେ କିଭଳି ନିଜର ଜମାଟଙ୍କା ଏହି ନୂତନ ସରକାର ସମୟରେ ଫେରିପାଇବେ ଓ ମହାସଂଘର ଆଗାମୀ ଦିନରେ କଣ କଣ କାର୍ଯ୍ୟପନ୍ଥା ରହିବ, ସେହି ଉଦ୍ଦେଶ୍ୟରେ ସଂଘର ଏକ ରାଜ୍ୟ କାର୍ଯ୍ୟକାରି ଓ "ସାମ୍ବାଦିକ ସମ୍ମିଳନୀ" ଅନୁଷ୍ଠିତ ହୋଇ ଯାଇଅଛି
ଆଗାମୀ ଦିନରେ ସଂଘ ତରଫରୁ ଜମାକାରୀଙ୍କ ଟଙ୍କା ତୁରନ୍ତ ଫେରସ୍ତରେ ସରକାରଙ୍କ କଡା ପଦକ୍ଷେପ ଓ ଜମାକାରୀଙ୍କ ପାଇଁ ପ୍ରାୟୋଜିତ ଆର.ଆଇ ଭେରିଫିକେସନରେ ସରଳୀକରଣ, କମ୍ପାନୀ ପରିଚାଳନା କମିଟି କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ଗିରଫ,ବର୍ତ୍ତମାନ ଲୁକାୟତ ଥିବା କମ୍ପାନୀର ସମସ୍ତ ସ୍ଥାବର ଓ ଆସ୍ଥବର ସମ୍ପତ୍ତିକୁ ତୁରନ୍ତ ସିଜ ସହ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାରେ ଥିବା କମ୍ପାନୀର ଜାଗାକୁ ସଂଘ ତୁରନ୍ତ ନିଜ ଦାଖଲରେ ନେବାକୁ ଘୋଷଣା କରିଛି l ଯଦି ଉକ୍ତ କାର୍ଯ୍ୟରେ ବିଳମ୍ବିତ ହୁଏ, ସଂଘ ଜନସାଧାରଣଙ୍କ ସହଯୋଗରେ ବ୍ୟାପକ ଆନ୍ଦୋଳନ କରିବା ସହ କଡା ଆଭିମୁଖ୍ୟ ଗ୍ରହଣ କରିବାର ସଂଘ ପକ୍ଷରୁ ଧମକ ଦେଇଛି l ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ପ୍ରମୋଦ କୁମାର ଖଣ୍ଡୁଆଳ, ମମତା ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧି, ସାଧୁଚରଣ ମେହେନା, ମନୋରଞ୍ଜନ ରାଉତ, ଡମ୍ବରୁ ପାତ୍ର, ମନୋରଞ୍ଜନ ବଳିୟାରସିଂହ, ସରୋଜିନୀ ପ୍ରଧାନ, ଶ୍ରୀକାନ୍ତ ସାମଲ, ରଂଜିତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ଲେହି କାର୍ଯ୍ୟକ୍ରମରେ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ବହୁ ଛପା ଓ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ ।

 

Recent Comments

Leave Comments

Top