logo
add image
ବଲାଙ୍ଗିର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ଚତୁର୍ଥ ଦିବସ

ବଲାଙ୍ଗିର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ଚତୁର୍ଥ ଦିବସ

ବଲାଙ୍ଗିର/୧୮/୦୩/୨୦୨୫/(ଆଧାର ମିଡ଼ିଆ )- ସ୍ଥାନୀୟ କଳାମଣ୍ଡଲ ପଡ଼ିଆରେ ଚାଲିଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ଅଜି ଚତୁର୍ଥ ଦିବସରେ ବଲାଙ୍ଗିର, ଆଗଲପୁର, ପାଟଣାଗଡ, ଖପ୍ରାଖୋଲ,ଟିଟିଲାଗଡ, ସଇଁତଳା ଆଦି ବ୍ଲକର ୫୦୦ରୁ ଅଧିକ ଚାଷୀ ଯୋଗ ଦେଇଥିଲେ. ଆଜିର ସଭାର ପ୍ରଥମ ଅଧିବେଶନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ଓ ଜିଲ୍ଲାପରିଷଦର ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦାନ କରି ସେମାନଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର, ବଲାଙ୍ଗିର ର ବରିଷ୍ଠ ବୈଜ୍ଞାନିକ ସତ୍ୟମୟ ଶତପଥି ଜଳବାୟୁ ସହନସିଳ କୃଷି ପଦ୍ଧତି ଗୁଡ଼ିକ ଉପରେ ଚାଷୀ ମାନଙ୍କୁ ସମ୍ୟକ୍ ଧାରଣା ଦେଇଥିଲେ।
ଦ୍ୱିତୀୟ ଅଧିବେଶନରେ ସୁରେନ୍ଦ୍ରନାଥ ,କୃଷି ଜିଲ୍ଲା ଅଧିକାରୀ , ଟିଟିଲାଗଡ,କୃଷିର ଉନ୍ନତି ପାଇଁ ମୃତ୍ତିକା ପରୀକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।ପ୍ରମୋଦ କୁମାର ସେଠୀ ସହକାରୀ ଜିଲ୍ଲା ଉଦ୍ୟାନବିତ , ପାଟଣାଗଡ ପନିପରିବାରେ ଅମଳ ଓ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ। ଲାଲବିହାରୀ ମଲ୍ଲିକ, ଅଧ୍ୟକ୍ଷ ଆଞ୍ଚଳିକ କୃଷି ସମ୍ପ୍ରସାରଣ ତାଲିମ ପ୍ରତିଷ୍ଠ।ନ କୃଷି ଉପରେ ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ଉପରେ ଆଲୋକପାତ କରିଥିଲେ । ଏତଦବ୍ୟତୀତ କୃଷିକ୍ଷେତ୍ରରେ ପ୍ରମୁଖ ସଫଳତା ପାଇଁ ଆଗଲପୁର ବ୍ଲକର ବାନ୍ଧବୀ ବିଶ୍ଵାଳ ଓ ପୁଇନ୍ତଲା ବ୍ଲକର ନୀଳମଣି ପଟେଲଙ୍କୁ ପୁରସ୍କୃତ କରଯାଇଥିଲା।

Recent Comments

Leave Comments

Top