ବାଲିଗୁଡ଼ା/୧୮/୦୩/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଭତ୍ତା ହିତାଧିକାରୀ ମାନଙ୍କ ସୁରକ୍ଷା ଓ ନ୍ୟାର୍ଯ୍ୟ ଦାବୀ ପୂରଣ ସମ୍ପର୍କରେ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଗାୟତ୍ରୀ ମନ୍ଦିର ନିକଟରୁ ବାହାରି ହାତରେ ଦାବୀ ସମ୍ପର୍କିତ ପ୍ଲା କାର୍ଡଧରି ସ୍ଲୋଗାନ ମାନଦେଇ ସମଗ୍ର ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ୭ ଦଫା ସମ୍ବଳିତ ଦାବୀପତ୍ର ସ୍ଥାନୀୟ ଉପଜିଲ୍ଲାପାଳ ଡ଼. ରୀନା ପ୍ରଧାନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ l ଉକ୍ତ ଦାବୀପତ୍ରରେ ଆମ ରାଜ୍ୟରେ ନୂତନ ସରକାର ଗଠନ ହେବାପୂର୍ବରୁ ଏକ ହଜାର ଟଙ୍କା ପାଉଥିବା ଭତ୍ତା ହିତାଧିକାରୀ ତିନିହଜାର ଟଙ୍କା ପାଇବେ ବୋଲି ପ୍ରତିଶୃତି ଦେଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସରକାର ନିଜ ପ୍ରତିଶୃତି ରଖି ନାହାନ୍ତି, ଯାହାରି ଫଳରେ ସମସ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି l ସରକାରଙ୍କ ଠାରୁ ପାଉଥିବା ଭତ୍ତା ରାଶି ଦ୍ୱାରା ଗରିବ, ବିଧବା, ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ସ୍ୱାମୀ ପରିତ୍ୟାକ୍ତା ଅସହାୟ ହିତାଧିକାରୀ ମାସ ତମାମ ସୁରୁଖୁରୁରେ ଅତି କଷ୍ଟରସହ ଚଳି ଆସୁଥିବା ସ୍ଥଳେ, ଠିକ ସମୟରେ ଭତ୍ତା ନପାଇବା, ଓ ବ୍ୟାଙ୍କ ଦ୍ୱାରା ଭତ୍ତା ପାଉଥିବା ହିତାଧିକାରୀ ବହୁତ କଷ୍ଟରେ ଟଙ୍କା ଉଠାଉଛନ୍ତି, ଏବଂ ଅନେକ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ଦ୍ରୁବ୍ୟବହାର ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି ,
ସରକାର ମଙ୍ଗଳ ଯୋଜନାରେ ଅସହାୟ ବିଧବାର ଉପକାର ନିମନ୍ତେ ଯେଉଁ ସହାୟତା ରାଶି ପ୍ରଦାନ କରୁଛନ୍ତି, ତାହା ମଧ୍ୟ ହିତାଧିକାରୀ ଆବେଦନ କରୁଛନ୍ତି ସତହେଲେ ବର୍ଷ ବର୍ଷ ଧରି ଉକ୍ତଟଙ୍କା ମିଳିବାରେ ବିଳମ୍ୱ ହେଉଛି, ଶେଷରେ ନିରାଶ ହୋଇ ନିଜ ଭାଗ୍ୟକୁ ଆଦରି ରହୁଛନ୍ତି ହିତାଧିକାରୀ l ନୂତନ ଭତ୍ତା ମଞ୍ଜୁର ହେବାରେ ବିଳମ୍ୱ ସହ କିଛି ଭତ୍ତାଧାରୀଙ୍କ ନୂତନ ଭତ୍ତା ମଞ୍ଜୁର ହୋଇଥିଲେ ସୁଧା ଭତ୍ତାଧାରୀ ଜାଣିପାରୁ ନାହାନ୍ତି l ଷାଠିଏ ବର୍ଷରୁ ଉର୍ଦ୍ଧ ହୋଇଥିଲେ ସୁଧା କାଗଜ ପତ୍ରର ସଂଶୋଧନ ପ୍ରଶାସନ ଦ୍ୱାରା ସୁବିଧା ମିଳୁନ ଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଭତ୍ତା ଯୋଜନାରୁ ବଞ୍ଚିତ ହେଉଛନ୍ତି, l ଭିନ୍ନକ୍ଷମ, ବିଧବା ମହିଳାଙ୍କୁ ସ୍ୱତନ୍ତ୍ର ପକ୍କାଘର ଯେପରି ସୁବିଧାରେ ମିଳିପାରିବ , ସେ ଦିଗରେ ସରକାର ଗୁରୁତ୍ୱ ଦେବା ନିହାତି ଦରକାର ବୋଲି ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ରହିଛି l ଏହି ମଞ୍ଚର ଉପଦେଷ୍ଟା ରଘୁନାଥ ମଲିକ, ଫିଲିପ କୁମାର ଦିଗାଲ, ଇମାନୁଏଲ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ସଭାପତି ପରମାନନ୍ଦ ନାୟକ, ସମ୍ପାଦକ ସୁରକ୍ଷିତ ନାୟକ, ଉପ ସଭାପତି ଶ୍ୟାମସନ ନାୟକ, ସୁଲେଶ୍ଵର ବେହେରା ମାଝୀ, ଯୁଗ୍ନ ସମ୍ପାଦକ କୁମଶ୍ରୀ ପ୍ରଧାନ, କୋଷାଧକ୍ଷ ମହେଶ ଦିଗାଲ, କାର୍ଯ୍ୟକାରି ସଦସ୍ୟ ଶ୍ୟାମ ଦିଗାଲ, ଉଦୟ ନାଥ ନାୟକ, ଦେବ କୁମାର, ପୂର୍ଣ୍ଣଚନ୍ଦ୍ର ନାୟକ, ଜଳେଶ୍ୱର ନାୟକ, ବାସୁଦେବ ଦିଗାଲ, ଜିସାୟ ନାୟକ, ଜୁଆନ ପ୍ରଧାନ, ଦୟାନିଧି ଦିଗାଲ, ନାହକା ଦିଗାଲ, ରବୀନ୍ଦ୍ର ବଡ଼ ମାଝୀ, ସୁଶାନ୍ତ ମୁଠା ମାଝୀ, ସିମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଏହି ବିରାଟ ଶୋଭାଯାତ୍ରାରେ ଉପଖଣ୍ଡ ସ୍ତରୀୟ ପ୍ରତ୍ୟେକ ବ୍ଲକ ରୁ ଶତାଧିକ ହିତାଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ର ସମସ୍ୟା ଉପସ୍ଥାପନା କରିବା ସହ ସମସ୍ତେ ଖୁସୀ ବ୍ୟକ୍ତ କରିଥିଲେ l
Recent Comments