logo
add image
ଭବିଷ୍ୟତ ଗଠନନିମନ୍ତେ କର୍ମଶାଳା

ଭବିଷ୍ୟତ ଗଠନନିମନ୍ତେ କର୍ମଶାଳା

ପୁରୀ/୨୦/୩/୨୦୨୫/(ଆଧାର ମିଡ଼ିଆ)-ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ପୁରୀଙ୍କ ତତ୍ତ୍ୱାବଧାନରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଉତ୍କଳ ବାଳାଶ୍ରମ ପରିସରରେ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ, ଆଶୀର୍ବାଦ ଓ ପୃଷ୍ଠପୋଷକ ସହାୟତା ହିତାଧିକାରୀ ମାନଙ୍କୁ ନେଇ ଭବିଷ୍ୟତ ଗଠନ କର୍ମଶାଳା ବା କ୍ୟାରିଅର କାଉନସେଲିଂ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଉଦଘାଟନ କରି ସଠିକ ନିଷ୍ପତ୍ତି ଏକ ସୁନ୍ଦର ଓ ସୁରକ୍ଷିତ ଭବିଷ୍ୟତର ମୂଳଦୁଆ ବୋଲି କହିଥିଲେ।  ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର, ସଦସ୍ୟ ଉପେନ୍ଦ୍ର ବିଶ୍ବାଳ ପ୍ରମୁଖ ଯୋଗ ଦେଇ ପିଲାଙ୍କ ଉନ୍ନତ ଭବିଷ୍ୟତ ଗଠନ ପାଇଁ ଏହା ଏକ ସଫଳ ପଦକ୍ଷେପ ବୋଲି କହିଥିଲେ।ଏହି କର୍ମଶାଳାରେ ବ୍ରହ୍ମପୁର ୟୁସିପି ଇଞ୍ଜିନିୟରିଂ କଲେଜ ର ସଫ୍ଟ ସ୍କିଲ ଟ୍ରେନର ସୁପ୍ରଭା ମହାନ୍ତି, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପୁରୀର ଅଧ୍ୟାପକ ସନାତନ ସାହୁ ଓ ଦେବ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ଜିଲ୍ଲା ତଥା ଜିଲ୍ଲା ବାହାରେ ଥିବା ବୈଷୟିକ ଶିକ୍ଷା ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହିତ ବାଳିକା ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ନିମନ୍ତେ ସରକାରୀ ସୁବିଧା, ଆତ୍ମ ନିର୍ଭରଶିଳ, ରୋଜଗାରର ମାଧ୍ୟମ ଗୁଡିକ ଉପରେ ଆଲୋକପାତ କରିଥିଲେ। ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିଶୁ ସୁରକ୍ଷା ଶାଖା ର ସମସ୍ତ କର୍ମକର୍ତା ସହଯୋଗ ପ୍ରଦାନ କରିଥିଲେ।

Recent Comments

Leave Comments

Top