ଭଟଲି/ବରଗଡ଼/୨୨/୩/୨୦୨୫(ଆଧାର ମିଡ଼ିଆ): ଭଟଲିରେ ଆସନ୍ତା ଏପ୍ରିଲ ୧୪ ତାରିଖ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନଙ୍କର ଜନ୍ମୋତ୍ସବ ପାଳନ ପାଇଁ ସ୍ଥାନୀୟ ଟାଉନ ହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ହନୁମାନ ଜୟନ୍ତୀ ସମନ୍ଵୟ କମିଟି ଆହ୍ୱାନ କ୍ରମେ ଆୟୋଜିତ ଏହି ସର୍ବ ଦଳୀୟ ବୈଠକରେ ଆସନ୍ତା ଏପ୍ରିଲ ୧୪ ତାରିଖ ଦିନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଉକ୍ତ ଦିନ ଅପରାହ୍ନ ୫ଘଟିକାରେ ରଥାଦାଣ୍ଡ ପଡ଼ିଆରେ ସାମୁହିକ ହନୁମାନ ଚାଳିଶା ପାଠ କରାଯିବାକୁ ପ୍ରସ୍ତାବ ଗୃହୀତ ହେଲା। ଏହାପରେ ସୁସଜ୍ଜିତ ରଥରେ ରାମ, ଲକ୍ଷ୍ମଣ, ହନୁମାନଙ୍କୁ ବସାଇ ଘଣ୍ଟବାଦ୍ୟ, ପଞ୍ଚବାଦ୍ୟ, ବ୍ୟାଣ୍ଡ, ସଙ୍କୀର୍ତ୍ତନ୍ୟ ଏବଂ ବିଭିନ୍ନ ସାଂସ୍କୃତିକ ଦଳ ସହ ଏକ ବିଶାଳ ଶୋଭାଯାତ୍ରା ବିଜୟା ଛକ ଠାରୁ ବାହାରି କୁସନପୁରୀ ଜଗନ୍ନାଥ ମନ୍ଦିର ହୋଇ ବସଷ୍ଟାଣ୍ଡ ବରଗଡ଼ ରୋଡ଼ରୁ ଫେରି ଦଧିବାମନ ମନ୍ଦିର ପର୍ଯ୍ୟନ୍ତ ଯିବାପାଇଁ ସ୍ଥିରୀକୃତ ହୋଇଥିଲା। ବାଟରେ ପଡୁଥିବା ବିଭିନ୍ନ ହନୁମାନ ମନ୍ଦିର ମାନଙ୍କରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବାକୁ ପ୍ରସ୍ତାବ ଗୃହୀତ ହେଲା। ଶୋଭଯାତ୍ରା ପରେ ସମସ୍ତେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରିବା ପାଇଁ ସ୍ଥିରୀକୃତ ହେଇଥିଲା। ଶାନ୍ତି ଶୃଙ୍ଖଳାରେ ଶୋଭାଯାତ୍ରା କିଭଳି ଭାବରେ ଶେଷ ହେବ ସେଥିପ୍ରତି ଧ୍ୟାନ ଦେବାକୁ ଉପସ୍ଥିତ ସଭ୍ୟ ମାନଙ୍କୁ ଅନୁରୋଧ କରଯାଇଥିଲା। କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆୟୋଜନ ପାଇଁ ବିଭିନ୍ନ କମିଟି ମାନ ଉକ୍ତ ବୈଠକରେ ଗଠନ କରାଗଲା। ସଭାପତି ଆଇନଜ୍ଞ ମନୋଜ କୁମାର ରଥ ହୋଇଥିବା ବେଳେ ସମ୍ପାଦକ ରମାକାନ୍ତ ପଣ୍ଡା ଏବଂ କୋଷାଧ୍ୟକ୍ଷ ଭାବରେ ଦେବାଶିଷ ନାଏକ ଓ ଚକା ନାୟକଙ୍କୁ ଦାୟିତ୍ଵ ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା ପାଇଁ ଏକ ଉଦଦେଷ୍ଟା କମିଟି ପ୍ରହଲ୍ଲାଦ ପଧାନ, ମନୋଜ ରଥ, ସୁରେନ୍ଦ୍ର ମୋହନ ଅଗ୍ରୱାଲ, ରାମ ଚନ୍ଦ୍ର ଡନସନା, ବ୍ରଜକିଶୋର ସାହୁ, ନରେଶ କୁମାର ଅଗ୍ରୱାଲ, ସୁଶାନ୍ତ ପଧାନ, ରାଧେ ଶ୍ୟାମ ପଣ୍ଡା, ରୂପସିଂହ ଅଗ୍ରୱାଲ, ଝସକେତନ ସାହୁ ଏବଂ ଦୁର୍ଗା ପ୍ରସାଦ ଅଗ୍ରୱାଲଙ୍କୁ ନେଇ ଗଠିତ ହେଇଥିଲା। ଖାଦ୍ୟ ପାନୀୟ କମିଟିରେ ସୁମନ୍ତ ଶତପଥି, ଚକା ନାଏକ, ସଞ୍ଜୀବ କୁମାର ଖମାରୀ, ସନ୍ତୋଷ ମେହେର ଏବଂ ରଞ୍ଜନ କୁମାର ନାୟକଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଏଥିରେ ଭଟଲି ଅଞ୍ଚଳର ଶହ ଶହ ଯୁବ ସଭ୍ୟ ଉପସ୍ଥିତ ଥିଲେ।
Recent Comments