logo
add image
ମୋବାଇଲ୍ ପାଇଁ ସାଙ୍ଗର ଜୀବନ ନେଲା ନାବାଳକ

ମୋବାଇଲ୍ ପାଇଁ ସାଙ୍ଗର ଜୀବନ ନେଲା ନାବାଳକ

ଭଟଲି/ବରଗଡ଼/୨୨/୩/୨୦୨୫(ଆଧାର ମିଡ଼ିଆ):  ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ପଣ୍ଡରିତରାଇ ଜଙ୍ଗଲ ଭିତରୁ ସୋମବାର ନାବାଳକ ଶବ ଉଦ୍ଧାର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ମୃତକ ସମୀର ପ୍ରଧାନ (୧୪)ଙ୍କ ମୁଖ୍ୟ ହତ୍ୟାକାରୀ କରି ତାଙ୍କର ନାବାଳକ ସାଙ୍ଗ ଶିରବାହାଲ ଗ୍ରାମର ବିଶାଳ (ଛଦ୍ମନାମ) ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନାବାଳକ ଅଭିଯୁକ୍ତ ରବିବାର ସକାଳୁ ନିଜର ବାଲ୍ୟବନ୍ଧୁ ସମୀରଙ୍କୁ ସାଢ଼େ ସାତଟା ସମୟରେ ବୁଲିବା ପାଇଁ ଡ଼ାକି ଆଣିଥିଲା। ସମୀର ମଧ୍ୟ ପ୍ରିୟ ସାଙ୍ଗ ଡାକିବାରୁ ମୋବାଇଲ୍ ଏବଂ ସାଇକେଲ ଧରି ସାଙ୍ଗେ ସାଙ୍ଗେ ବାହାରିପଡ଼ିଲା । ଉଭୟେ ସ୍କୁଲ ପଡ଼ିଆରେ କିଛି ସମୟ କ୍ରିକେଟ୍ ଖେଲିଥିଲେ । ଏହା ପରେ ବିକାଶ ସମୀରକୁ ଜଙ୍ଗଲ ପଟକୁ ଯିବାପାଇଁ ଡାକିଥିଲା। ନିଛାଟିଆ ସ୍ଥାନରେ ସମୀର ପରିସ୍ରା କରୁଥିବା ସମୟରେ ବିକାଶ ବହୁତ୍ ଯୋର୍ ରେ ତା ଉପରକୁ ପଥର ଫିଙ୍ଗିଥିଲା । ଯାହାକି ସମୀରର ପେଟରେ ବାଜିଥିଲା ଏବଂ ରକ୍ତସ୍ରାବ ହୋଇଥିଲା । ଯଦ୍ୱାରା ସେ ସେହି ସ୍ଥାନରେ ବସିପଡ଼ିଥିଲା। ସମୀର ଭାବି ପାରିନଥିଲା ତାର ଘନିଷ୍ଠ ବାଲ୍ୟବନ୍ଧୁ ତାକୁ ମାରିବାକୁ ପ୍ରୟାସ କରୁଛି । ଏହାପରେ ବିକାଶ ସମୀରର ଆଖି ପାଖରେ ପଥର ଯୋଗେ ଦ୍ୱିତୀୟ ପ୍ରହାର କରିଥିଲା । ଏହାସହିତ ନୃଶଂସ ଭାବରେ ପଥରରେ ସମୀରର ମୁଣ୍ଡକୁ ଛେଞ୍ଚି ଦେଇ ଅଭିଯୁକ୍ତ ଘଟଣା ସ୍ଥଳରୁ ସମୀର ର ମୋବାଇଲ୍ ନେଇ ଚମ୍ପଟ ମାରିଥିଲା ବୋଲି ନାବାଳକ ଅଭିଯୁକ୍ତ ପୋଲିସ୍ ଆଗରେ ସ୍ବୀକାର କରିଥିଲା। ପରେ ନାବାଳକ ସମୀର ଛଟ ପଟ ହୋଇ ମରିଥିବା ଘଟଣା ସ୍ଥଳରୁ ଜଣାପଡିଛି। ପରେ ଘରକୁ ଆସି ନାବାଳକ ହତ୍ୟାକାରୀ ବିଶାଳ ବ୍ୟସ୍ତବିବ୍ରତ ହୋଇପଡୁଥିଲା । ଏହାଦେଖି ତାଙ୍କର ମା କଣ ହୋଇଛି ବୋଲି ପଚାରିବାରୁ ମଧ୍ୟ ସେ କିଛି ପ୍ରକାଶ କରିନଥିଲା । ମାତ୍ର ଭଟଲି ପୋଲିସ ମଧ୍ୟ ସେହି ମୋବାଇଲ୍ ର କୌଣସି ସନ୍ଧାନ ପାଇନଥିବାବେଳେ ଗୁରୁବାର ଉକ୍ତ ମୋବାଇଲ୍ କୁ ଗ୍ରାମରେ ଥିବା ପୁଷ୍କରିଣୀ ନିକଟରୁ ଉଦ୍ଧାର କରିଛି । ପ୍ରକାଶ ଥାଉକି ଶିରାବାହାଳ ଗ୍ରାମର ବିଶାଳ (ଛଦ୍ମନାମ) ଏବଂ କେନ୍ଦୁଗୁଡ଼ିଆ ଗ୍ରାମର ଦିବ୍ୟଲୋଚନ ପଧାନଙ୍କ ସାନପୁଅ ସମୀର ଏକା ସାଙ୍ଗରେ କନକବିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ସମୀର ପାଇଁ ତାର ବାପା ଏକ ଫୋନ୍ କିଣି ଦେଇଥିଲେ । ସେ ସେହି ଫୋନ୍ ଯୋଗେ ଫ୍ରି ଫାୟର ଗେମ୍ ଖେଳୁଥିବା ବେଳେ ସାଙ୍ଗମାନେ ଦେଖୁଥିଲେ । ସାଙ୍ଗମାନେ ମାଗିଲେ ମଧ୍ୟ ସେ ସେହି ମୋବାଇଲ୍ କାହାରିକୁ  ଦେଉନଥିଲା । ତାର ସାଙ୍ଗ ବିଶାଲ ସେହି ମୋବାଇଲ ଫୋନ ପାଇଁ ଏତେ ପାଗଳ ହୋଇଯାଇଥିଲା ଯେ ତାର ପଢା ଖାତାରେ ମଧ୍ୟ ସମୀରର ମୋବାଇଲ୍ ର ଫୋଟୋ ଆଙ୍କିଥିବା ଦେଖିବାକୁ ମିଳିଛି । ବାରମ୍ବାର ଫୋନ୍ ମାଗିଲେ ସମୀର ଦେଉନଥିବାରୁ ବିଶାଲ ମନରେ ଆଘାତ ଲାଗିଥିଲା ଏବଂ ସେ କଳେବଳେ କୌଶଳେ ସେହି ମୋବାଇଲ୍ କୁ ହାତେଇବାକୁ ଉଦ୍ୟମ କରୁଥିଲା । ଆଜିକାଲି ସମସ୍ତ ପରିବାରରେ ମୋବାଇଲ ଫୋନ ବ୍ୟବହାର ଅନିବାର୍ଯ୍ୟ ହୋଇ ପଡ଼ିଛି । ଆଧାର କାର୍ଡରୁ ଆରମ୍ଭ ହୋଇ ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ଯରେ ମୋବାଇଲ୍ ନମ୍ବର ଯୋଡିବା ଏକ ପ୍ରକାର ବାଧ୍ୟତା ମୂଳକ କହିଲେ ଅତ୍ୟୁକ୍ତି ହେବନାହିଁ ଏହାସହିତ କରୋନା ସମୟରେ ପିଲାଙ୍କ ପାଠପଢ଼ା ପାଇଁ ମୋବାଇଲ ଫୋନର ବହୁଳ ବ୍ୟବହାର ଆଜି ନିଜ ବେକରେ ନିଜେ ଫାଶ ଲଗାଇବା ସଦୃଶ ହୋଇଛି । ତେବେ ମୋବାଇଲ୍ ଗେମ୍ ଖେଳିବାକୁ ନଦେବାକୁ ନେଇ ସାଙ୍ଗର ଜୀବନ ନେବା ମୋବାଇଲ୍ ପାଇଁ ସମାଜରେ ମାନବିକତାର ଅଧୋପତନକୁ ଦର୍ଶାଉଛି ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି ।

Recent Comments

Leave Comments

Top