logo
add image
ସେବା ସମ୍ମାନ-୨୦୨୫ରେ ସମ୍ମାନିତ ହେଲା ସଂକଳ୍ପ ପରିବାର

ସେବା ସମ୍ମାନ-୨୦୨୫ରେ ସମ୍ମାନିତ ହେଲା ସଂକଳ୍ପ ପରିବାର

ଭଟଲି/ବରଗଡ଼/୨୧/୩/୨୦୨୫(ଆଧାର ମିଡ଼ିଆ): ରାଜ୍ୟ ସ୍ତରୀୟ କିଷାନ ମହାପଞ୍ଚାୟତରେ ସଂକଳ୍ପ ପରିବାର ଓ ସଂଯୁକ୍ତ କୃଷକ ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଉକ୍ତ ଆନ୍ଦୋଳନକୁ ରାଷ୍ଟ୍ରୀୟ କିଷାନ ନେତା ଶ୍ରୀ ରାକେଶ ଟିକାୟତ ଫିତା କାଟି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଜଣେ ମହିଳା ରକ୍ତଦାତା ସହିତ ମୋଟ ୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଆଜିର ରକ୍ତଦାନ ଶିବିର ସଂକଳ୍ପ ପରିବାରର ସମ୍ପାଦକ ଜି. ରମେଶଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଳେ ଶେଷଦେବ ପଧାନ, ତରୁଣ ପଟେଲ, ଭରତ ପଣ୍ଡା, ଅନନ୍ତ ସାହୁ, ଲୋକନାଥ ମେହେର, ନୀଲେଶ ପଧାନ, ଚିନ୍ମୟ ପାଣ୍ଡେ, ଅକ୍ଷୟ ମିଶ୍ର, ବାସ୍ମତୀ ବନଛୋର ପ୍ରମୁଖ ପରିଚାଳିତ କରିଥିଲେ। ସମସ୍ତ ରକ୍ତଦାତା ସହିତ ସଂଯୁକ୍ତ କୃଷକ ସଂଗଠନ କୁ ସଂକଳ୍ପ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।  ବର୍ତମାନ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ରହିଥିବା ବେଳେ ଆପଣ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ମୁହଁରେ ସଂଜୀବନୀ ଯୋଗାଇ ଦେଇଛନ୍ତି। ପ୍ରକାଶ ଥାଉଁଯେ ଉକ୍ତ ମଞ୍ଚରେ ସଂକଳ୍ପ ପରିବାରକୁ ସେବା ସମ୍ମାନ -୨୦୨୫ ରେ ମଞ୍ଚ ଉପରେ ସମ୍ମାନିତ କରାଯାଇଥିଲା। ସଂକଳ୍ପ ପରିବାର କୁ ହଜାର ହଜାର ଚାଷୀ ସମ୍ମିଳନୀରେ ସମ୍ମାନିତ କରି ଆପଣ ମାନେ ଆମର ଦାୟିତ୍ୱ ଆହୁରି ବଢା଼ଇ ଦେଇଛନ୍ତି। ସଂକଳ୍ପ ପରିବାର ନେଇଥିବା ସଂକଳ୍ପ ରେ ଅଟଳ ରହିବ ପାରୁ ପର୍ଯ୍ୟନ୍ତ ନିଜକୁ ଅସହାୟ ସେବାରେ ସମର୍ପିତ କରିବ। ଆସନ୍ତୁ ସମସ୍ତେ ମିଳିମିଶି ରକ୍ତଦାନ କରିବା, ରକ୍ତ ଅଭାବକୁ ଦୂର କରିବା।

Recent Comments

Leave Comments

Top