କଣିହାଁ/ ୨୧/୩/୨୦୨୫/(ଆଧାର ମିଡ଼ିଆ )- ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ବିଜେପି ମଣ୍ଡଳ ପକ୍ଷରୁ ବିଶିଷ୍ଟ ରାଜନେତା ବିଜେପିର ପୂର୍ବତନ ରାଜ୍ୟ ସଭାପତି ଓ ବିଜେପି ରାଷ୍ଟ୍ରିୟ ଉପାଦ୍ଧକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଗତ ୧୭ ତାରିଖ ଦିନ ୮୪ ବର୍ଷରେ ଦିଲ୍ଲୀଠାରେ ଚିକିତ୍ସା ଅବସ୍ଥାରେ ଦେହାନ୍ତ ହୋଇଥିଲା,ଏହି ଅବସରରେ ଶୁକ୍ରବାର ଦିନ ଅପରାହ୍ନ ୫ ଟା ସମୟରେ ସ୍ୱର୍ଗତଃ ଡାକ୍ତର ପ୍ରଧାନଙ୍କ ସ୍ମୁତିରେ ରେଙ୍ଗାଲି ମଣ୍ଡଳ ବିଜେପି ପକ୍ଷରୁ ଝରାବେରେଣି କଲ୍ୟାଣ ମଣ୍ଡପଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା,ମଣ୍ଡଳ ସଭାପତି ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ବେଳେ ଜିଲା ଉପ ସଭାପତି ନୃସିଂହ ଚରଣ ବରାଳ ସଭା ପରିଚାଳନା କରିଥିଲେ,ରେଙ୍ଗାଳି ମଣ୍ଡଳର ଦଲକ ପଞ୍ଚାୟତ ନାଲମ ଗ୍ରାମରେ ଡାକ୍ତର ପ୍ରଧାନଙ୍କ ନିଜ ପୌତ୍ରିକ ଘର ହୋଇଥିବାରୁ ବିଶେଷ କରି କଣିହାଁ ଅଞ୍ଚଳବାସି ଡାକ୍ତର ପ୍ରଧାନଙ୍କ ବିୟୋଗରେ ମ୍ରିୟମାଣ ଓ ଦୁଃଖ ପ୍ରକାଶ କରିଛନ୍ତି ବୋଲି ନାଲମର ଶ୍ରୀ ସାମଲ କହିଥିଲେ,
ଡାକ୍ତର ପ୍ରଧାନ ଯେଉଁ ସ୍କୂଲରେ ପାଠ ପଢୁଥିଲା ମୁଁ ସେହି ସ୍କୂଲରେ ପାଠପଢ଼ୁଥିଲି. ଡାକ୍ତର ପ୍ରଧାନ ସ୍କୂଲ ମନିଟର ଥିଲାବେଳେ ପିଲାଙ୍କ ନଖ, ଚୁଟି ଦେଖିବା ସହିତ ସ୍କୂଲର ସ୍ୱଛତା ଓ ସମଭାବନା ପଣ ଉପରେ ଗୁରତ୍ୱ ସହିତ ସାହାଯ୍ୟର ହାତ ବଢ଼ାଇଥାନ୍ତି ବୋଲି ତାଙ୍କ ସ୍ମୁତି ଚାରଣ କରି କହିଥିଲେ l ମଣ୍ଡଳ ସଭାପତି ହରେକୃଷ୍ଣ ପ୍ରଧାନ ସ୍ମୁତି ଚାରଣରେ କହିଥିଲି ଯେ ମୁଁ ଡାକ୍ତର ପ୍ରଧାନଙ୍କ ଗାଁପିଲା ହୋଇଥିବାରୁ ମତେ ରାଜନୀତି ଶିଖାଇ ଥିଲେ, ହେରେକୃଷ୍ଣ ପ୍ରଧାନ କହିଥିଲେ ଦେହାନ୍ତ ହବାର ୩ ଦିନ ପୂର୍ବରୁ ଶଯ୍ୟାଶାୟୀ ଅବସ୍ଥାରେ, ଡାକ୍ତର ପ୍ରଧାନ ମତେ ଡାକି କହିଥିଲେ ନାଲମ ଗ୍ରାମର ବୁଡି ଅଞ୍ଚଳ ସମସ୍ୟା ବିଷୟରେ ଗ୍ରାମର ବୈଜ୍ୟେଷ୍ଟ ଲୋକଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାପାଇଁ ଅତି ବିଡମ୍ବନା ବିଷୟ ,
ଏଇ ଭାଳି ବ୍ୟକ୍ତିତ୍ବ ଜଣେ ଯିଏ ଶେଷ ନିଶ୍ୱାସ ତ୍ୟଗ ପ୍ରଯ୍ୟନ୍ତ ଲୋକଙ୍କ ସମସ୍ୟା ବିଷୟରେ ଚିନ୍ତା କରୁଥିଲେ ବୋଲି ମଣ୍ଡଳ ସଭାପତି ମତ ପ୍ରକାଶ କରିଥିଲେ, ଜିଲା ଉପ ସଭାପତି ବରାଳ ସ୍ମୁତି ଚାରଣ କରି କହିଥିଲେ, ଡାକ୍ତର ପ୍ରଧାନ ଥିଲେ ମୋର ଚାଳିଶବର୍ଷର ରାଜନୈୟିତିକ ଗୁରୁ, ସେଥିଲେ ଜଣେ ସରଳ ସୁନ୍ଦର ସ୍ପଷ୍ଟବାଦୀ ଶକ୍ତିଶାଳୀ ରାଜନେତା.ପୂର୍ବତନ କେନ୍ଦ୍ରମନ୍ତୀ ସହିତ ରାଜ୍ୟ ବିଜେପିର ପ୍ରାଣ ପ୍ରତିଷ୍ଠାତା ଏବଂ ବିଜେପିର ଚାଣକ୍ୟ ବୋଲି ଶ୍ରୀ ବରାଳ ମତ ପ୍ରକାଶ କରିଥିଲେ l
ପୂର୍ବତନ ମଣ୍ଡଳ ସଭାପତି ତ୍ରିପୁରାରି ପ୍ରଧାନ କହିଥିଲେ ଡାକ୍ତର ପ୍ରଧାନଥିଲେ ଜଣେ ଜଟିଳ ସମସ୍ୟାର ସରଳ ସୂତ୍ର ଧାରି ନେତା ସେ ଯେତେ ବଡ଼ ସମସ୍ୟା ହେଇ ଥାଉନା କାହିଁକି ଖୁବ କମ ସମୟରେ ତାର ସମାଧାନ କରିଥାନ୍ତି l ବରିଷ୍ଠ ନେତା ଧୂର୍ବ ଧୀର ମଧ୍ୟ କହିଥିଲେ ଡାକ୍ତର ପ୍ରଧାନ ମତେ ୮୮ ମସିହାରୁ ରାଜନୀତିକୁ ଆଣିଥିଲେ ଓ ମତେ ବିଜେପିର ମେମ୍ବର କରିବା ସହିତ ସଂଗଠନ କରିବା ଶିଖାଇଥିଲେ ବୋଲି ପ୍ରକାଶ କରିଥିଲେ ,
ଏଥି ସହିତ ଶ୍ରଦ୍ଧାଞ୍ଜଳି ସଭାରେ ରେଙ୍ଗାଲି ମଣ୍ଡଳର ବରିଷ୍ଟନେତା ବିନୟ ପ୍ରଧାନ, ଗୋବିନ୍ଦ ସାହୁ,ଯୁବ ନେତା ଶ୍ୟାମ ସୁନ୍ଦର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ଅନିଲ ସାହୁ, ଝୁନା ସାହୁ ସନ୍ତୋଷ ବେହେରା, ଧର୍ମା ପ୍ରଧାନ, ଟିକନ ମହାନ୍ତି, ସୁଜିତ ସାହୁ, ଝୁନା ସାହୁ,ରମେଶ ସାହୁ,ସହିତ ଶତାଧିକ ବିଜେପି କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ସ୍ବର୍ଗତ ଡାକ୍ତର ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
Recent Comments