ସୁବର୍ଣ୍ଣପୁର/୨୩/୦୩/୨୦୨୫/(ଆଧାର ମିଡ଼ିଆ)-ଆଜି ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ଯୋଗାଶ୍ରମରେ ଡକ୍ଟର ଆର୍ତ୍ତତ୍ରାଣ ବାବୁଙ୍କ ସଭାପତିତ୍ବରେ ଅନୁଷ୍ଠିତ" ପୂଜ୍ୟ ପୂଜା ପୂଜନ ଓ ପରିବେଶ ସୁରକ୍ଷା"କୁ ନେଇ ଏକ ଆଲେଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡ଼ଃ ଜ୍ୟୋତି ରଞ୍ଜନ ବହିଦାର, ମୁଖ୍ୟ ଅତିଥି ଡକ୍ଟର ସନ୍ତୋଷ କୁମାର ପାଢ଼ୀ ,ଯୋଗାଳୟର ସଭାପତି ହରିହର ଶତପଥୀ , ଡ଼ଃ ଅନିରୁଦ୍ଧ କୁର୍ କୁରିଆ , ଡ଼କ୍ଟର ଶ୍ରୀଧର ବାଗ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପୂଜ୍ୟ ପୂଜା ପୂଜନ ଏବଂ ପରିବେଶ ସୁରକ୍ଷା ଉପରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ବେଦ ମନ୍ତ୍ରପାଠ କରିଥିଲେ ପଣ୍ଡିତ ଶତ୍ରୁଘ୍ନ ହୋତା ଓ ବିଭୂତି ଭୂଷଣ ଶତପଥୀ ।ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ,ସଭା ସଂଯୋଜନା କରିଥିଲେ ଶିକ୍ଷାବିତ୍ ପ୍ରଦୀପ ପୁରୋହିତ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ଡଃ ଦ୍ଵିତୀକୃଷ୍ଣ ପଣ୍ଡା। ଉକ୍ତ ପାବନ ମୁହୂର୍ତ୍ତରେ ବରିଷ୍ଠ ଯୋଗୀ ସଚିଦାନନ୍ଦ ନାୟକ ସପତ୍ନୀକ ବୈଦିକ ଯଜ୍ଞରେ କର୍ତ୍ତା ସାଜି ସ୍ୱର୍ଗୀୟ ପିତା ତଥା ସ୍ଵାଧୀନତା ସଂଗ୍ରାମୀ ଦୁର୍ଯ୍ୟୋଧନ ନାୟକ ଏବଂ ମାତା ମାଧବୀ ଦେବୀଙ୍କର ପ୍ରତିମୂର୍ତ୍ତି ମର୍ତ୍ତ୍ୟ ବୈକୁଣ୍ଠରେ ପ୍ରତିଷ୍ଠିତ କରାଇଥିଲେ । ଏଥିରେ କୃଷ୍ଣା ବଡ଼ପଣ୍ଡା ,ରେଣୁକା ପଣ୍ଡା,ପ୍ରେମାନନ୍ଦ ନାୟକ,ମଞ୍ଜୁଶ୍ରୀ ବାବୁ,ପୁଷ୍ପାଞ୍ଜଳି ପୁରୋହିତ,ସାନୁଜିତ୍,ସୁଜିତ୍ ,ନିହାର ଅବଧେଶ,ଆଭାସ , ଆଶିଷ, ଶକ୍ତିସ୍ଵରାଜ ,ଲିପୁନ୍ ପ୍ରମୁଖ ତାଙ୍କର ସମସ୍ତ ବନ୍ଧୁ ପରିଜନ,ଯୋଗାଳୟର ଯୋଗୀଗଣ ଯୋଗ ଦେଇ ଦିବଂଗତ ଆତ୍ମା ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଡଃ ଦ୍ଵିତୀକୃଷ୍ଣ ପଣ୍ଡା,ମଞ୍ଜୁଶ୍ରୀ ବାବୁ, ସୁବର୍ଣ୍ଣ ଶତପଥୀ ସୁଲଳିତ କଣ୍ଠରେ ଭଜନ ଗାୟନ କରିଥିବାବେଳେ ଅନେକ ଶିଶୁ ପ୍ରତିଭା ଗୀତ ନାଚ ପରିବେଷଣ କରିଥିଲେ ।
Recent Comments