logo
add image
ଶହୀଦ ଭଗତସିଂ ବଳିଦାନ ଦିବସ ଆୟୋଜିତ ।

ଶହୀଦ ଭଗତସିଂ ବଳିଦାନ ଦିବସ ଆୟୋଜିତ ।

ଖୋର୍ଦ୍ଧା/୨୩/୦୩/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ )-ଖୋର୍ଦ୍ଧା ଜିଲ୍ଲା ସ୍ଥାନୀୟ ନାଇଡୁ ଯୁକ୍ତଦୁଇ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଓ ନେହେରୁ ଯୁବକେନ୍ଦ୍ର ଖୋର୍ଦ୍ଧା ତରଫରୁ ଶହୀଦ ଭଗତ ସିଂଙ୍କ ବଳିଦାନ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟର ଅଧକ୍ଷ ଡ଼ ସଂଗ୍ରାମ କେଶରୀ ସାମନ୍ତରାୟ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ପ୍ରାଣନାଥ ସ୍ୱୟଂ ସହାୟକ ମହାବିଦ୍ୟାଳୟର ପୂର୍ବତନ ଓଡ଼ିଆ ମୁଖ୍ୟ ଡ଼ ଗୋପାଳକୃଷ୍ଣ ଦାସ ଯୋଗଦେଇ ଭାରତରେ ବିଭିନ୍ନ ସ୍ଵାଧୀନତା ସଂଗ୍ରାମୀ ଓ ତାଙ୍କ ଇତିହାସ ଉପରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ରୂପେ ରାଜ୍ୟ ଜଳବାୟୁ ମଣିଷ ସତ୍ୟବ୍ରତ ସାମଲ ବିଭିନ୍ନ ପ୍ରକାରର ସାମାଜିକ ପରିବର୍ତ୍ତନ ଉପରେ ଅବସ୍ଥିତ ବିଭିନ୍ନ ପ୍ରକାର ସଚେତନତା ହେଉଛି କହିଥିଲେ ।
ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରୂପେ ଗଣା ଯାଉଥିଲେ ମଧ୍ୟ, ସାମାଜିକ ପରିବର୍ତ୍ତନ ହେବା ଜରୁରୀ ଅଛିବୋଲି ମୁଖ୍ୟବକ୍ତା ଡ଼ ଶୈଲେନ୍ଦ୍ର ମିଶ୍ର, ଖୋର୍ଦ୍ଧା ଜିଲ୍ଲା ଏ ବି ଭି ପି ପ୍ରମୁଖ  କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଖୋର୍ଦ୍ଧା ଶ୍ରୀମତୀ ଯ୍ୟୋଷ୍ନମୟୀ ଆଚାର୍ଯ୍ୟ ବିଭିନ୍ନ ପ୍ରକାରର ସାମାଜିକ ଅନୁଷ୍ଠାନ ସହିତ କିଭଳି ଭାବରେ ଭାରତର ଅମୂଲ୍ୟ ରତ୍ନଙ୍କ ଜୀବନୀ ବିଷୟରେ ଜାଣିବାକୁ ମିଳିବ ସେକଥା କହିଥିଲେ। ସମାଜରେ ଦେଶପ୍ରେମ ଓ ବୀରତ୍ବର ପରିଚୟ ଶହୀଦ ଭଗତ ସିଂହ ହିଁ ଥିଲେବୋଲି ପ୍ରୋଜେକ୍ଟ ପଏଣ୍ଟର ଉପଦେଷ୍ଟା ଅର୍ଜୁନ ପ୍ରଧାନ କହିଥିଲେ। ଯୁବକ ମାନେ କିଭଳି ତାଙ୍କ ଇତିହାସ ଉପରେ ଆଲୋଚନା କରିବେ, ତାର ଖସଡ଼ା ପ୍ରସ୍ତୁତ ହେବା ଜରୁରୀ ଅଛିବୋଲି ସେ କହିଥିଲେ। ଶେଷରେ ନାଇଡୁ ଯୁକ୍ତଦୁଇ ବିଜ୍ଞାନ ମହାବିଦ୍ୟାଳୟର ପରିବେଶ ଓ ପ୍ରକୃତି ବନ୍ଧୁ ବିଶ୍ୱଜିତ୍ ପରିଡ଼ା ସମସ୍ତ ପ୍ରତିଭାଗି ଓ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିକ୍ରମ, ରାଜଶ୍ରୀ, ଶିବ ପ୍ରସାଦ ଓ ତ୍ରିଲୋଚନ ପରିଚାଳନା କରିଥିଲେ। ପରିଶେଷରେ ଛାତ୍ର ଓ ଛାତ୍ରୀ ମାନେ ଶହୀଦ ଭଗତ ସିଂହ ଆଦର୍ଶରେ ଅନୁପ୍ରାଣୀତ ହୋଇ, ଭବିଷ୍ୟତରେ ଦେଶ ମାତୃକାର ସେବା କରିବା ପାଇଁ ଶପଥ ନେଇଥିଲେ

 

Recent Comments

Leave Comments

Top