logo
add image
ନୂର୍ପା ଗ୍ରାମରେ ଜଳ କଷ୍ଟ ଏବେ ଠାରୁ ପରେ କେତେ 

ନୂର୍ପା ଗ୍ରାମରେ ଜଳ କଷ୍ଟ ଏବେ ଠାରୁ ପରେ କେତେ 

କଣ୍ଟାମାଳ,୨୪/୦୫(ଆଧାର ମିଡ଼ିଆ//ରିପୋର୍ଟ-ପ୍ରଭଞ୍ଜନ ପୁରୋହିତ) ପ୍ରଚଣ୍ଡ ରୌଦ୍ର ତାପ ସହ ଜଳକଷ୍ଟ ଭୋଗୁଛନ୍ତି ନୁର୍ପା ବାସୀ ମେଗା ପାନୀୟ ଜଳରୁ ବଞ୍ଚିତ,ପୁରା ଗାଁ Iଗ୍ରାମରେ ୨ ହାଜର ଲୋକଙ୍କ ପାଇଁ ଗୋଟିଏ ନଳକୂପ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି ଥକି ଗଲେଣି Iପାଣି ପାଇଁ ଲାଗୁଚି ଲମ୍ବା ଲାଇନIବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ପଂଚାୟତ ର ନୁର୍ପା ଗ୍ରାମରେ ପ୍ରାୟ ୨ ହଜାର ବସ ବାସ କରନ୍ତି Iଏପଟେ ଏତେ ଲୋକଙ୍କ ପାଇଁ ମାତ୍ର ଦୁଇ ନଳକୂପ Iବୌଦ୍ଧ ଜିଲ୍ଲାରେ ପାରଦ ୪୩ ଡିଗ୍ରୀ ଉପରେ ଥିବା ବେଳେ ମାର୍ଚ୍ଚ ମାସରୁ କଣ୍ଟାମାଲ ବ୍ଲକରେ ଦେଖିବାକୁ ମିଳିଲାନି ଜଳକଷ୍ଟ,ଲୋକେ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି .ଜଳ ସମସ୍ୟା ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀ ଏପରିକି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନାହିଁ | ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଈଥିବା ପ୍ରକଳ୍ପ ଲୋକଙ୍କ କାମ ରେ ଆସୁ ନାହିଁ |ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି,ତେବେ ଗାଁ ରେ ପିଇବା ପାଣିର ଅଭାବ ମୁଖ୍ୟ ସମସ୍ୟା ହେଉଛି |ଗାଁ ରେ ଦୁଇଟି ନଳକୂପ ଥିବା ବେଳେ ସେହି ନଳକୂପରେ ସକାଳୁ ମହିଳାଙ୍କ ଲମ୍ବା ଲାଇନ ଲାଗିଥାଏ |ସେହି ନଳକୂପରେ ପାଣି ନେବା ସହ ଗାଧୁଆ ପାଇଁ ଖରାରେ ଲମ୍ବା ଲାଇନ ଲାଗିବା ସହ ବହୁ ବିଳମ୍ୱ ହୋଈଥାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ପାଣି ପର୍ଯ୍ୟାପ୍ତ ହେଉ ନ ଥିବା ବେଳେ ମହିଳାଙ୍କ ସହ ପୁରୁଷ ମାନେ ମଧ୍ୟ ପାଖାପାଖି ୧ କିଲୋମିଟର ଦୂରରେ ଥିବା ନଳକୂପକୁ ପାଣି ନେଇ ଯିବାକୁ ବାଧ୍ୟ ହୁଅନ୍ତି |ପ୍ରଚଣ୍ଡ ଖରା ସହ ମହିଳା ଓ ପୁରୁଷ ମାନେ ପାଣି ନେବାରେ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।ଅନେକ ସ୍ଥାନରେ ଟ୍ୟାପ ଲାଗି ନାହିଁ I କିନ୍ତୁ ପାଇପରେ ପାଣି ଆସୁନି |ଏପଟେ ଠିକାଦାର ନିମ୍ନମାନ ର କାମ ଯୋଗୁଁ ଗାଁ କୁ ପାଣି ନ ଆସିବା ପୁର୍ବରୁ ଷ୍ଟାଣ୍ଡପୋଷ୍ଟ ସବୁ ଭାଙ୍ଗିବାକୁ ବସିଲାଣି Iବିଶୁଦ୍ଧ ପାନୀୟ ଜଳ ସତେ ଯେମିତି ନୁର୍ପା ବାସିଙ୍କ ପାଇଁ ସାତ ସପନ | ବୌଦ୍ଧ ଜିଲ୍ଲା ରାଜ୍ୟର ଉତ୍ତପ୍ତ ସହର ହୋଈଥିବା ବେଳେ ପାଣି ସମସ୍ୟା ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି I ଆଗାମୀ ୩ ଦିନ ମଧ୍ୟରେ ପାଣି ସମସ୍ୟାର ସମାଧାନ ନ ହେଲେ ଗ୍ରାମର ମହିଳା ମାନେ ଗରା ବାଲଟି ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କଡା ଚେତାବନୀ ଦେଇଛନ୍ତି Iଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।
 

Recent Comments

Leave Comments

Top