logo
add image
ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ବୌଦ୍ଧ,୨୪/୦୩(ଆଧାର ମିଡ଼ିଆ)ଆଜି ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ପରିସରରେ ୨୦୨୪-୨୫ ବର୍ଷ ପାଇଁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଟ୍ୟଗୁରୁ ପ୍ରଫୁଲ୍ଲ ବେହେରା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନୀତ ଅତିଥି ଭାବେ ସମାଜସେବୀ ମାଧବ ପ୍ରଧାନ,ବୃହସ୍ପତି ନାଏକ ଓ ୱାର୍ଡ ସଦସ୍ୟ ଘାସିନାଥ ଝାଙ୍କର ଯୋଗଦେଇ ପିଲାମାନଙ୍କୁ ଭଲ ମଣିଷ କିପରି ହୋଇପାରିବ ଉପଦେଶ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟିତ୍ରୀ କଲ୍ୟାଣୀ ଦାସ, ପ୍ରଜ୍ଞା ପରୀମିତା ପରିଡ଼ା,ଝିଲିମାରାଣି ମହାକୁଡ ପରିଚାଳନା କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଯାହାକି ବହୁତ୍ ଉଛକୋଟି ର ହୋଇଥିଲା lପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରଯାଇଥିଲା lଏହି ଉତ୍ସବରେ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦାନ କରିଥିଲେ l

Recent Comments

Leave Comments

Top