ରେଢ଼ାଖୋଲ/ସମ୍ବଲପୁର/୨୬/୦୩/୨୦୨୫/(ଆଧାର ମିଡ଼ିଆ)-ଖଣ୍ଡିୟ ବନ ଉନ୍ନୟନ ନିଗମ ଲିଃ ରେଢ଼ାଖୋଲ ତରଫରୁ ଆଜି ବନଉନ୍ନୟନ କାର୍ଯ୍ୟାଳୟ ଠାରେ ଜଙ୍ଗଲ ନିଆଁ ନିରାକରଣ ଓ ସଚେତନତା ଅଭିଯାନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସହିତ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି | ଶ୍ରମିକ ଓ କର୍ମଚାରୀଙ୍କ କ୍ଷମତା ଏବଂ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଅତିଥିମାନେ ଜଙ୍ଗଲକୁ କିପରି ନିଆଁ ପ୍ରକୋପରୁ ରକ୍ଷା କରାଯାଇପାରିବ ସେଥିପାଇଁ ସଚେତନତାକୁ ଗୁରୁତ୍ୱାରୋପ କରିବା ସହିତ କିପରି ଏହି ସଚେତନତା ବାର୍ତ୍ତାକୁ ତୃଣମୂଳ ସ୍ଥରରେ ପ୍ରତ୍ୟେକ ବ୍ୟକ୍ତିପାଖରେ ପହଂଚିବ ସେଥିପାଇ ଧ୍ୟାନ ଦିଆଯାଇଛି | ଏହା ସହିତ ନିଆଁ ଜଳାଉଥିବା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିଥି ମାନେ ମତପୋଷଣ କରିଛନ୍ତି |ଏହା ସହିତ ବିଭିନ୍ନ ରେଞ୍ଜ ଅଫିସର ରେଞ୍ଜର ଏବଂ ଡେପୁଟି ରେଞ୍ଜର ମାନେ ନିଜ ଅଭିଜ୍ଞତା ଉପସ୍ଥାପନ କରିଥିଲେ | ବୈଠକରେ ଅତିଥି ମାନଙ୍କ ମଧ୍ୟରେ ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଶିବରାମ ସାହୁ,ରେଢ଼ାଖୋଲ ବନ ଉନ୍ନୟନ ଲିଃ ର ଖଣ୍ଡିୟ ପରିଚାଳକ ଅଜୟ କୁମାର ସାହୁ, ଏସିଏଫ ରେଢ଼ାଖୋଲ ଏସକେ ମେହେରବାନ ଅଲ୍ଲୀ,ପୂର୍ବତନ ରେଞ୍ଜ ଅଫିସର ପ୍ରମୋଦ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ | କାର୍ଯ୍ୟାଳୟର କର୍ମଚାରୀ ଚିତ୍ରସେନ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୋତସ୍ୱନୀ ମଙ୍ଗରାଜ ସଭାରେ ମଞ୍ଚ ପରିଚାଳନା କରିଥିଲେ |
Recent Comments