ପୁରୀ/୨୯/୩/୨୦୨୫/(ଆଧାର ମିଡ଼ିଆ)-ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନୂଆ ସୋମେଶ୍ବର ପୁର ଉଚ୍ଚ ବିଦ୍ୟାଳୟ ପରିସରରେ ୭ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା।ଆଜି ପୂର୍ବାହ୍ନରେ ଶିକ୍ଷାବିତ ତଥା ଉତ୍କଳ ସ୍ବାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ,ବାରିଷ୍ଟର ବିଶ୍ବନାଥ ମିଶ୍ର,ଜୟୀ ରାଜଗୁରୁ, ହରିହର ମର୍ଦ୍ଦରାଜ ଓ ଫକୀର ମୋହନ ସେନାପତିଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉଦଘାଟିତ ହୋଇଥିଲା। ଏଥିରେ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକ ସମ୍ପର୍କ ଊପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପୂଜ୍ୟ ପୂଜା ପରିଷଦ ରମ୍ଭାର ସଭାପତି ସୁବାସଚନ୍ଦ୍ର ପଣ୍ଡା, ଉତ୍କଳ ସ୍ବାଭିମାନ ମଞ୍ଚର ନରସିଂହ ସୁବୁଦ୍ଧି, ବୈକୁଣ୍ଠ ନାଥ ନାୟକ, ଆର୍ତ୍ତତ୍ରାଣ ମଲ୍ଲିକ, ବାସୁଦେବ ସାହୁ, ଦେବେନ୍ଦ୍ର କୁମାର ନନ୍ଦ, ସବୁଜ ମିଶ୍ର, ସୁରରାଜ ମିଶ୍ର ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତି ସ୍ଥାପନ ଦ୍ଵାରା ମହାପୁରୁଷଙ୍କ ତ୍ୟାଗ, ଆଦର୍ଶ ଓ ଉନ୍ନତ ଚରିତ୍ରର ପ୍ରତିଫଳନ ପିଲା ମାନଙ୍କ ଉପରେ ପଡିବ ଓସେମାନେ ଜଣେ ଜଣେ ଭଲ ମଣିଷ ହେବାର ସଂକଳ୍ପ ନେଇ ପାରିବେ ବୋଲି କହିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବ ବିକାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପ୍ରତିମୂର୍ତ୍ତି ସ୍ଥାପନରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।
Recent Comments