logo
add image
କପସିଲା କଲ୍ୟାଣ ମଣ୍ଡପଠାରେ ମାଗଣା ସ୍ୱାସ୍ଥ୍ୟପରୀକ୍ଷା ଶିବିର ଅନୁଷ୍ଠିତ

କପସିଲା କଲ୍ୟାଣ ମଣ୍ଡପଠାରେ ମାଗଣା ସ୍ୱାସ୍ଥ୍ୟପରୀକ୍ଷା ଶିବିର ଅନୁଷ୍ଠିତ

ପଦ୍ମପୁର/ବରଗଡ/୨୯/୩/୨୦୨୫/ ଆଧାର ମେଡିଆ//ଡିଲେଶ୍ୱର ବାଗ): ଆଜି ବରଗଡ ଜିଲ୍ଲା ପଦ୍ମପୁର କପସିଲା କଲ୍ୟାଣ ମଣ୍ଡପ ଠାରେ ସମାଜସେବୀ ଚନ୍ଦନ ବଂଶଲ ଟ୍ରଷ୍ଟ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଟ୍ରଷ୍ଟର ମୁଖ୍ୟ ଶ୍ରୀମାନ ଚନ୍ଦନ ବଂଶଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତାକାଟି ଶୁଭ ଉଦଘାଟନ କରିଥିବାବେଳେ ମେଡ଼ିସିନ ସ୍ପେଶାଲିଷ୍ଟ ଡ଼ଃ ସତ୍ୟବ୍ରତ ଚୌହାନ,ଶିଶୁରୋଗ ବିଶେଷଜ୍ଞ ଡ଼ଃ ଭୁବନ ମେହେର ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଉକ୍ତ ଶିବିରରେ ପ୍ରାୟ ୭୦ଜଣ ରୋଗୀ ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ନେଇଥିଲେ। ଉକ୍ତ ଶିବିର କୁ ଦିନେସ,ହରି, ନିର୍ମଳ, ପ୍ରଦୀପ, ନିଲୁ, ନିବାସ, ସୁରେନ, ନିବାସ, ପପୁ, ପ୍ରଶାନ୍ତ, ଟୁନା, ଦୀପକ,ଓ ଗ୍ରାମବାସୀ  ସହଯୋଗ କରିଥିଲେ। କପସିଲା ଠାରେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Recent Comments

Leave Comments

Top