logo
add image
ଶ୍ରୀ ସତ୍ୟସାଇ ସେବାସମିତି ପକ୍ଷରୁ ରକ୍ତଦାନ ଶିବିର:୧୧୧ ୟୁନିଟ୍ ସଂଗ୍ରହ

ଶ୍ରୀ ସତ୍ୟସାଇ ସେବାସମିତି ପକ୍ଷରୁ ରକ୍ତଦାନ ଶିବିର:୧୧୧ ୟୁନିଟ୍ ସଂଗ୍ରହ

କଣିହାଁ/୩0/୦୩/୨୦୨୫/(ଆଧାର ମେଡିଆ)-କଣିହାଁ ବ୍ଲକ ସ୍ଥିତ ଏନଟିପିସି ପ୍ରକଳ୍ପର ସ୍ଥାୟୀ କଲୋନୀ ପରିସରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶନିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଶ୍ରୀ ସତ୍ୟସାଇ ସେବାସମିତି ତରଫରୁ ଅମୃତ ବିନ୍ଧୁ ରକ୍ତଦାନ ଆୟୋଜନକୁ ନେଇ ଅତିଥି ଭାବେ ପ୍ରକଳ୍ପର ଇଡି ଅଶୋକ କୁମାର ସେହେଗଲ, ଜିଏମ୍ ସତ୍ୟରାମ କ୍ରୀଷ୍ଣ, ସିଆଇଏସଏଫ୍ ଡିସି ବ୍ରିଜ୍ ମୋହନ ସିଂ,ମାନବ ସମ୍ବଳ ଅଧିକାରୀ ନବନିତ କୁମାର , ବିଦ୍ୟୁତ୍ କର୍ମଚାରୀ ସଂଘ ସଭାପତି ବିରେନ୍ଦ୍ର କୁମାର କାନୁନ୍‌ଗୋ ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ୧୧୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ତାଳଚେର ବ୍ଳଡ଼ ବ୍ୟାଙ୍କର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ l ମୁଖ୍ୟ ଅତିଥି ଇଡି ଶ୍ରୀ ସେହଗଲ ନିଜେ ରକ୍ତଦାନ କରିବା ସହିତ ସତ୍ୟ ସାଇ ଅନୁଷ୍ଠାନ ପକ୍ଷରୁ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏଥିରେ ଅନେକ ସାଇ ଆଶ୍ରିତ ଶ୍ରଦ୍ଧାଳୁଙ୍କ ସହିତ ଟାଉନ ସିପ, ଗ୍ରାମାଞ୍ଚଳ ଏବଂ ଏନଟିପିସିର କର୍ମଚାରୀ ମାନେ ରକ୍ତଦାନ କରିବା ସହିତ ସହଯୋଗ କରିଥିଲେ l

Recent Comments

Leave Comments

Top