କଣିହାଁ/୩୦/୩/୨୦୨୫/(ଆଧାର ମେଡିଆ)- କଣିହାଁ ଥାନା କ୍ଷରୁ ପୋଲିସ ପ୍ରତୀକ୍ଷା ଗୃହଠାରେ ରବିବାର ପୂର୍ବାହ୍ନରେ ପୁଲିସ ସମିତି ବୈଠକ ଆୟୋଜିତ ହୋଇଯାଇଛି l ଏହି ଆୟୋଜିତ କାର୍ଯ୍ୟକ୍ରମରେ କଣିହାଁ ଗ୍ରାମୀୟ କମିଟିର ପ୍ରମୁଖ ସଦସ୍ୟକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ କଣିହାଁ ଆଇଆଇସି ରମଣୀ ରଞ୍ଜନ ଦଳେଇ ଅଧକ୍ଷତା କରିଥିଲେ ଏବଂ ଗ୍ରାମର ସଦସ୍ୟଙ୍କୁ ପୋଲିସ ସମିତିର ନିର୍ଦେଶl ବଳି ତଥା ବ୍ରିଟିଶ ସରକାରଙ୍କ ପୁରାତନ ଆଇନକୁ ରଦକରି ନୂତନ ଭାରତିୟ ସହିଁତା ସରକାରଙ୍କ ଦ୍ୱାରା ନିର୍ଧାରିତ ହୋଇଥିବା ପୋଲିସର ଆଇନକୁ ଜନସାଧାରଣ ସେବାରେ ଉପଯୋଗ ହୋଇପାରିବ ସେ ବିଷୟରେ ଆଇ ଆଇ ସି ଶ୍ରୀ ଦଳେଇ ଆଲୋକପାତ କରିଥିଲେ l
ଏଥିରେ ନାରୀ ନିର୍ଯାତନା, ପୋକ୍ସ ଆଇନ, ଡ୍ରକେନ ଡ୍ରାଇଭିଂ, ଟ୍ରାଫିକ ସମସ୍ୟା, ଗ୍ରାମାଞ୍ଚଳ ର ରାସ୍ତା ଉପରେ ବେଆଇନ ଗାଡି ମଟର, ବାଲି, ଗୋଡି, ପଥର ରଖିବା ଗାଈ ଗୋରୁ ବାନ୍ଧିବା, ଏହା ଆଇନ ବିରୋଧ ବୋଲି ପ୍ରକାଶ କରିବା ସହିତ ସ୍ୱଛତା ଉପରେ ବିଶୃତ ଭାବେ ଆଲୋଚନା ଓ ସଚେତନତା କରିଥିଲେ l ଗ୍ରାମାଞ୍ଚଳ ରେ ପୋଲିସ ଜନସାଧାରଣ ଙ୍କ ଆସ୍ଥା ଭାଜନ ହେଲେ, ଆଇନ ଶୃଙ୍ଖଳା ସଠିକ ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ କଣିହାଁ ଗ୍ରାମ ସଭାପତି କଳାକାର ସାହୁ,ସମ୍ପାଦକ ସୂର୍ଯ୍ୟକାନ୍ତ ନାଏକ,ସାମାଜିକ କର୍ମୀ ସୁଧାକର ପ୍ରଧାନ,ଆଞ୍ଚଳିକ ଟ୍ରକ ମାଲିକ ସଙ୍ଘ ସମ୍ପାଦକ ଆଲୋକ କୁମାର ସାହୁ, ସାମ୍ବାଦିକ ମହେଶ୍ୱର ନାଏକ, ଅବନୀ କୁମାର ସାହୁ,ହୃଦା ନନ୍ଦ ସାହୁ,ଦୁଃଶାସନ ସାହୁ, ଦୋଳ ସାହୁ, ଅନିରୁଦ୍ଧ ନାଏକ, ଫକୀର ନାଏକ, ବିଷ୍ଣୁ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l କଣିହାଁ ଥାନା ପକ୍ଷରୁ ଏସ ଆଇ ବିଷ୍ଣୁ ଚରଣ ସାହୁ, ଶଶୀକାନ୍ତ ତୁଙ୍ଗ,ଏଏସ ଆଇ ପ୍ରଶାନ୍ତ କୁମାର ପାଳ ସମେତ ପୋଲିସ କର୍ମଚାରୀମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
Recent Comments